ବଜ୍ରାଘାତରେ ନାବାଳିକାଙ୍କ ମୃତ୍ୟୁ, ୩ ଗୁରୁତର
ଟିଟିଲାଗଡ଼: ଆଜି ଅପରାହ୍ନରେ ଟିଟିଲାଗଡ଼ ଅଞ୍ଚଳରେ ବର୍ଷା ସାଙ୍ଗକୁ ପ୍ରବଳ ଘଡଘଡି ବିଜୁଳି ଲୋକଙ୍କ ଛାତି ଥରାଇ ଦେଇଛି। ବଜ୍ରାଘାତରେ ଟିଟିଲାଗଡ଼ ସହର ଉପକଣ୍ଠସ୍ଥ ଭାଟି ପଡାରେ ଜଣେ ନାବାଳିକାଙ୍କ ମୃତ୍ୟୁ ଘଟିଛି। ସୂଚନା ମୁତାବକ ଧାନ ବିଲରୁ ଘାସ ବାଛିବା ବେଳେ ଜଣେ ମହିଳାଙ୍କ ସହ ତିନି ନାବାଳିକା ବଜ୍ରାଘାତର ଶିକାର ହୋଇଥିଲେ। ନାବାଳିକା ଗୀତା ଖରସେଲ(୧୬)ଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ମହିଳା ମଥୁରା ଖରସେଲ, ନାବାଳିକା ରାକ୍ଷୀ ଖରସେଲ, କାନ୍ତି ଖରସେଲ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଟିଟିଲାଗଡ଼ ଉପଖଣ୍ଡ ଡାକ୍ତରଖାନାକୁ ଅଣାଯାଇଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAJA LIVE - ସମାଜ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAJA LIVE - ସମାଜ ଦେଖନ୍ତୁ।