ବର୍ଷା ପାଇଁ କୁକୁର ପୂଜା

Oct 28, 2026 - 12:22
ବର୍ଷା ପାଇଁ କୁକୁର ପୂଜା

 

ଚୀନର ଗୁଇଝୋଉ ପ୍ରଦେଶର କ୍ଷିଆଓବାଙ୍ଗ ଗ୍ରାମରେ ମିଆଓ ସମ୍ପ୍ରଦାୟ ଦ୍ୱାରା ପ୍ରତିବର୍ଷ ଚୀନରେ ଅନୁକରଣ କରାଯାଉଥିବା ଚନ୍ଦ୍ର କ୍ୟାଲେଣ୍ଡରର ସପ୍ତମ ମାସରେ ଏକ ଅନନ୍ୟ ପରମ୍ପରା ପାଳନ କରାଯାଏ । ଯେଉଁଠାରେ ଏକ କୁକୁରକୁ ପାରମ୍ପରିକ ପୋଷାକ, ବାଘ-ମୁହଁ ଭଳି ଟୋପି ଏବଂ ରୂପା କଲାର ପିନ୍ଧାଇ ବାଉଁଶ ପାଲଙ୍କିରେ ବସାଇ ଗ୍ରାମରେ ଶୋଭାଯାତ୍ରାରେ ନିଆଯାଏ । ଯାହାକୁ ଜଣେ ପୂଜାରୀ ପାରମ୍ପରିକ ପ୍ରାର୍ଥନା କରିବା ସହ ଲୋକମାନେ ଢୋଲର ତାଳେ ତାଳେ ନାଚି ପରସ୍ପର ଉପରେ କାଦୁଅ ବୋଳିଥାନ୍ତି । ଏହି ରୀତିନୀତିଗୁଡ଼ିକ ଭଲ ବର୍ଷା ଓ ପ୍ରଚୁର ଫସଲ ପାଇଁ ପ୍ରାର୍ଥନା କରିବା ନିମନ୍ତେ କରାଯାଇଥାଏ । କାରଣ ଏହି ସମ୍ପ୍ରଦାୟ କୁକୁରକୁ ଜୀବନରକ୍ଷାକାରୀ ଭାବେ ବିଚାର କରେ ଯାହାଙ୍କ ପଛରେ ଏକ ପୁରାଣ ଅଛି । ଏକ ଭୟଙ୍କର ମରୁଡ଼ି ସମୟରେ ଜଣେ ବୃଦ୍ଧ ଗ୍ରାମବାସୀଙ୍କ ସ୍ୱପ୍ନରେ ଏକ ଦେବତା ଆସି କୁକୁରକୁ ପୂଜା କରିବାକୁ ପରାମର୍ଶ ଦେଇଥିଲେ, ଯାହା ଫଳରେ ବର୍ଷା ହୋଇଥିଲା । ଅନ୍ୟ ଏକ ବିଶ୍ୱାସ ଅନୁଯାୟୀ ଏକ କୁକୁର ସେମାନଙ୍କ ପୂର୍ବପୁରୁଷମାନଙ୍କୁ ପାଣିର ଏକ ଲୁକ୍କାୟିତ ଉତ୍ସ ଆବିଷ୍କାର କରିବାରେ ସାହାଯ୍ୟ କରିଥିଲା ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।