ବଲିଉଡ଼ ଅଭିନେତ୍ରୀ କ୍ରିତିଙ୍କୁ ହଇରାଣ କରୁଛି AI
"ଏଆଇ ଘେରରେ କ୍ରିତି ସାନନ୍।
ଏଆଇ ପାଇଁ ନିଜ ପରିଚୟ ହରାଉଛନ୍ତି କ୍ରିତି।
ବ୍ୟକ୍ତିତ୍ୱ ଅଧିକାରର ସୁରକ୍ଷା ପାଇଁ ଏବେ ସେ କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି।
ନିଜ ନାଁ , ଚେହେରା ଏବଂ ସ୍ବର ଏବଂ ଫଟୋର ଖରାପ ବ୍ୟବହାରକୁ ରୋକିବା ପାଇଁ ସେ କୋର୍ଟର କବାଟ ବାଡ଼େଇଛନ୍ତି।
କ୍ରିତି ସାନନଙ୍କ ଏହି ପ୍ରସଙ୍ଗକୁ ନେଇ ଦିଲ୍ଲୀ ହାଇକୋର୍ଟରେ ମାମଲାର ଶୁଣାଣି ହୋଇଛି।
କ୍ରିତିଙ୍କ ଓକିଲ କହିଛନ୍ତି ଜଣେ ବ୍ୟକ୍ତିଙ୍କ ଅନୁମତି ବିନା ତାଙ୍କ ପରିଚୟକୁ ବ୍ୟବହାର କରି ବାଣିଜ୍ୟିକ ଲାଭ ଉଠାଇବା ଉଚିତ ନୁହେଁ।
ତେବେ ଶୁଣାଣି ସମୟରେ କୋର୍ଟ କୃତିଙ୍କ ଓକିଲଙ୍କୁ ବ୍ୟକ୍ତିତ୍ୱ ଅଧିକାର ସହ ଜଡ଼ିତ ପୂର୍ବ ରାୟ ଗବେଷଣା ପତ୍ର ଓ ଅନ୍ୟ ଆଇନଗତ ତଥ୍ୟ ଦାଖଲ କରିବାକୁ କହିଛନ୍ତି।Advertisment "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।