Brazil: ଏଆଇ ପ୍ରେମିକାଙ୍କ ପ୍ରେମରେ ପାଗଳ ବ୍ୟକ୍ତି! ସବୁକିଛି ବିକି ଯୋଗାଡ଼ କରିଥିଲେ ଯାତ୍ରା ଖର୍ଚ୍ଚ

Oct 20, 2026 - 08:38
Brazil: ଏଆଇ ପ୍ରେମିକାଙ୍କ ପ୍ରେମରେ ପାଗଳ ବ୍ୟକ୍ତି! ସବୁକିଛି ବିକି ଯୋଗାଡ଼ କରିଥିଲେ ଯାତ୍ରା ଖର୍ଚ୍ଚ

"ବ୍ରାଜିଲିଆ: ପ୍ରେମ ପାଇଁ ଲୋକେ କେତେ ଦୂର ଯାଇପାରନ୍ତି, ବ୍ରାଜିଲର ଜଣେ ୪୯ ବର୍ଷୀୟ ବ୍ୟକ୍ତିଙ୍କ କାହାଣୀ ତାହାର ଏକ ନିଆରା ଉଦାହରଣ।

ଅନଲାଇନ୍‌ରେ ଜଣେ ମହିଳାଙ୍କୁ ଭଲ ପାଇ ବସିଥିବା ଏହି ବ୍ୟକ୍ତି ତାଙ୍କୁ ଭେଟିବା ପାଇଁ ନିଜର ସମସ୍ତ ଜିନିଷ ବିକ୍ରି କରିଦେଲେ।

ପ୍ରାୟ ୧୯୦୦ କିଲୋମିଟର ଦୂର ଯାତ୍ରା କରିବା ପରେ ସେ ଯେତେବେଳେ ନିଜ ପ୍ରେମିକାଙ୍କୁ ଖୋଜିବାକୁ ପହଞ୍ଚିଲେ, ସେତେବେଳେ ତାଙ୍କ ସ୍ୱପ୍ନ ଭାଙ୍ଗିଗଲା।

କାରଣ, ଯାହାକୁ ସେ ଜଣେ ପ୍ରକୃତ ମହିଳା ଭାବିଥିଲେ, ସେ ଥିଲେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (ଏଆଇ) ଦ୍ୱାରା ସୃଷ୍ଟି ଏକ କାଳ୍ପନିକ ଚରିତ୍ର।Advertisment ରିପୋର୍ଟ ଅନୁସାରେ, ବ୍ରାଜିଲର ଏଡିମାର ମାର୍ଟିନ୍ସ ନାମକ ଏହି ବ୍ୟକ୍ତି ୨୦୨୦ ମସିହାରେ ସୋସିଆଲ୍ ମିଡିଆରେ ଜେସିକା ଓଲିଭେରା ନାମକ ଜଣେ ମହିଳାଙ୍କ ପ୍ରୋଫାଇଲ୍ ଦେଖିଥିଲେ।

ମହିଳାଙ୍କ ଭିଡିଓ ଓ ଫଟୋ ଦେଖି ସେ ତାଙ୍କ ପ୍ରତି ଆକର୍ଷିତ ହୋଇଥିଲେ।

ଧୀରେ ଧୀରେ ତାଙ୍କ ମନରେ ଏହି ସମ୍ପର୍କକୁ ନେଇ ଗଭୀର ଭାବନା ସୃଷ୍ଟି ହୋଇଥିଲା।

ମହିଳା ଜଣକ ଏକ ଫାର୍ମରେ ରହୁଥିବା ଏବଂ ଜଣେ ଜୀବନସାଥୀଙ୍କ ସନ୍ଧାନରେ ଥିବା ଭଳି ଭିଡିଓ ପୋଷ୍ଟ କରୁଥିଲେ।

ଏପରିକି ତାଙ୍କ ସହ ରହିଲେ ଭଲ ଜୀବନ ବିତାଇପାରିବେ ବୋଲି ମଧ୍ୟ ଭିଡିଓରେ ଦର୍ଶାଯାଉଥିଲା।

ଏଆଇ ଦ୍ୱାରା ତିଆରି କୃତ୍ରିମ ବୁଦ୍ଧିମତ୍ତା ଏଡିମାରଙ୍କ ଜୀବନରେ ଏକାକୀପଣ ମଧ୍ୟ ଏହି ଘଟଣାର ଏକ ବଡ଼ କାରଣ ଥିଲା।

ମାଆଙ୍କ ମୃତ୍ୟୁ ପରେ ସେ ମାନସିକ ଭାବେ ଏକାକୀ ଅନୁଭବ କରୁଥିଲେ।

ଏପରି ସମୟରେ ଅନଲାଇନ୍‌ରେ ଦେଖିଥିବା ମହିଳାଙ୍କୁ ସେ ନିଜ ଜୀବନର ସାଥୀ ଭାବେ ଗ୍ରହଣ କରିନେଇଥିଲେ।

ଶେଷରେ ତାଙ୍କୁ ସାମ୍ନାସାମ୍ନି ଭେଟିବା ପାଇଁ ସେ ନିଜର ଜିନିଷପତ୍ର ବିକ୍ରି କରି ଯାତ୍ରା ଖର୍ଚ୍ଚ ଯୋଗାଡ଼ କରିଥିଲେ।

ଅକ୍ଟୋବର ୯ରେ ଯାତ୍ରା ଆରମ୍ଭ କରି ସେ ଅକ୍ଟୋବର ୧୧ରେ ବ୍ରାଜିଲର ବେଲୋ ହୋରିଜୋଣ୍ଟେ ସହରରେ ପହଞ୍ଚିଥିଲେ।

କିନ୍ତୁ ସହରରେ ପହଞ୍ଚିବା ପରେ ତାଙ୍କୁ ନିରାଶ ହେବାକୁ ପଡ଼ିଥିଲା।

ମହିଳାଙ୍କୁ ଖୋଜିବା ପାଇଁ ସେ ବିଭିନ୍ନ ସ୍ଥାନରେ ପଚରାଉଚରା କରିଥିଲେ।

ଏପରିକି ଏକ ସ୍ଥାନୀୟ ରେଡିଓ ଷ୍ଟେସନ୍‌ର ସହାୟତା ମଧ୍ୟ ନେଇଥିଲେ।

ଶେଷରେ ସେ ଜାଣିବାକୁ ପାଇଲେ ଯେ ଜେସିକା ନାମରେ ପ୍ରଚାରିତ ମହିଳାଙ୍କ ଚରିତ୍ର ବାସ୍ତବ ନୁହେଁ।

ସେ ଏକ ଏଆଇ ଦ୍ୱାରା ତିଆରି କାଳ୍ପନିକ ଚରିତ୍ର।

ଏହି ଘଟଣା ପରେ ଏଡିମାରଙ୍କ ପାଖରେ ଫେରିବା ପାଇଁ ଟଙ୍କା ମଧ୍ୟ ନଥିଲା।

ଶେଷରେ ସ୍ଥାନୀୟ ପ୍ରଶାସନ ତାଙ୍କୁ ସହାୟତା କରି ଘରକୁ ଫେରିବାର ବ୍ୟବସ୍ଥା କରିଥିଲା।

ବାସ୍ତବ ନୁହେଁ ମହିଳାଙ୍କ ଚରିତ୍ର ଏହି ଘଟଣା ସାମ୍ନାକୁ ଆସିବା ପରେ ସମ୍ପୃକ୍ତ ସୋସିଆଲ୍ ମିଡିଆ ଆକାଉଣ୍ଟର ପରିଚାଳକ ଏକ ଭିଡିଓ ଜରିଆରେ ସ୍ପଷ୍ଟ କରିଥିଲେ ଯେ ଜେସିକା ଏକ ଏଆଇ ଦ୍ୱାରା ତିଆରି ଚରିତ୍ର।

ଏହି ଆକାଉଣ୍ଟକୁ ସୋସିଆଲ୍ ମିଡିଆରେ ଅଧିକ ଲୋକପ୍ରିୟତା ହାସଲ କରିବା ଏବଂ ଅନଲାଇନ୍‌ରେ ସାମଗ୍ରୀ ବିକ୍ରି କରିବା ଉଦ୍ଦେଶ୍ୟରେ ତିଆରି କରାଯାଇଥିଲା ବୋଲି ସେ ଦାବି କରିଥିଲେ।

ତେବେ ଏଡିମାରଙ୍କ ସହ ଏହି ଆକାଉଣ୍ଟରୁ ବ୍ୟକ୍ତିଗତ ଭାବେ କେହି କଥା ହୋଇଥିଲେ କି ନାହିଁ, ତାହାକୁ ନେଇ ଭିନ୍ନ ଦାବି ରହିଛି।

ଆକାଉଣ୍ଟ ପରିଚାଳକ ଏପରି କୌଣସି ଯୋଗାଯୋଗ ହୋଇଥିବା କଥାକୁ ଅସ୍ୱୀକାର କରିଛନ୍ତି।

Aadhaar: ନୂଆ ବ୍ୟବସ୍ଥା ଆଣିଲେ ସରକାର, ଆଧାର ଫିଙ୍ଗରପ୍ରିଣ୍ଟ ମ୍ୟାଚ୍ ନହେଲେ ବି ମିଳିବ ସରକାରୀ ଯୋଜନାରୁ ଲାଭ ଏହି ଘଟଣା ଅନଲାଇନ୍‌ରେ ପ୍ରେମ ସମ୍ପର୍କ ସ୍ଥାପନ କରିବା ସମୟରେ ସତର୍କ ରହିବାର ଆବଶ୍ୟକତାକୁ ପୁଣି ଥରେ ମନେ ପକାଇଦେଇଛି।

ଏଆଇ ପ୍ରଯୁକ୍ତି ସାହାଯ୍ୟରେ ଏବେ ଅତି ବାସ୍ତବ ଦେଖାଯାଉଥିବା ଫଟୋ, ଭିଡିଓ ଓ ସ୍ୱର ସୃଷ୍ଟି କରାଯାଇପାରୁଛି।

ତେଣୁ ସୋସିଆଲ୍ ମିଡିଆରେ ପରିଚିତ ହୋଇଥିବା ବ୍ୟକ୍ତିଙ୍କ ପରିଚୟ ଯାଞ୍ଚ ନକରି ଭାବପ୍ରବଣ ନିଷ୍ପତ୍ତି ନେବା କିମ୍ବା ନିଜର ସମସ୍ତ ସମ୍ପତ୍ତି ଖର୍ଚ୍ଚ କରିଦେବା ବିପଜ୍ଜନକ ହୋଇପାରେ।

ପ୍ରେମ ଓ ବିଶ୍ୱାସ ଜୀବନର ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇଥିଲେ ମଧ୍ୟ ଅନଲାଇନ୍ ସମ୍ପର୍କରେ ସତର୍କତା ଅବଲମ୍ବନ କରିବା ନିହାତି ଆବଶ୍ୟକ।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।