ବାତ୍ୟା ପୂର୍ବରୁ ବିଭିନ୍ନ ଜିଲ୍ଲାରେ ବର୍ଷା ଆରମ୍ଭ

Oct 27, 2026 - 12:01
ବାତ୍ୟା ପୂର୍ବରୁ ବିଭିନ୍ନ ଜିଲ୍ଲାରେ ବର୍ଷା ଆରମ୍ଭ

ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟ ଅତି ଭୀଷଣ ବାତ୍ୟା 'ଅର୍ଣ୍ଣବ' ପ୍ରଭାବରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବର୍ଷା ଓ ପବନ ଆରମ୍ଭ ହୋଇଯାଇଛି । ଭାରତୀୟ ପାଣିପାଗ ବିଭାଗ (IMD) ଅନୁଯାୟୀ, ବାତ୍ୟାଟି ଆନ୍ଧ୍ରପ୍ରଦେଶ ଉପକୂଳ ଆଡ଼କୁ ଗତି କରୁଥିଲେ ମଧ୍ୟ ଏହାର ବ୍ୟାପକ ପ୍ରଭାବ ଓଡ଼ିଶା, ବିଶେଷ କରି ଦକ୍ଷିଣ ଓ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକ ଉପରେ ପଡ଼ିବା ଆରମ୍ଭ ହୋଇଛି।

ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଆଜି ଏବଂ ଆସନ୍ତାକାଲି ରାଜ୍ୟରେ ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି ପାଣିପାଗ ବିଭାଗ । ୨୭ତାରିଖ ସକାଳୁ ସକାଳୁ ରାଜଧାନୀ ଭୁବନେଶ୍ୱର ସମେତ ସମଗ୍ର ଖୋର୍ଦ୍ଧା ଜିଲ୍ଲାରେ ଦିନରେ ରାତି ଭଳି ଅନ୍ଧାର ହୋଇ ପ୍ରବଳ ବର୍ଷା ଆରମ୍ଭ ହୋଇଛି। ସ୍ଥିତିକୁ ଦେଖି ଖୋର୍ଦ୍ଧା ଜିଲ୍ଲା ସମେତ ୧୦ଟି ଜିଲ୍ଲାରେ ୨୮ତାରିଖ ଯାଏଁ ସମସ୍ତ ସ୍କୁଲ କଲେଜ ଏବଂ ଅଙ୍ଗନବାଡି କେନ୍ଦ୍ର ଗୁଡିକୁ ଛୁଟି ଘୋଷଣା କରାଯାଇଛି ।

ଗଜପତିର ମୋହନା ଏବଂ ଆଖପାଖ ଅଞ୍ଚଳରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହ ପବନ ବହିବା ଆରମ୍ଭ ହୋଇଛି। ଗଞ୍ଜାମ ଜିଲ୍ଲାରେ ମଧ୍ୟ ବାତ୍ୟା ପୂର୍ବରୁ ହାଇ ଆଲର୍ଟ ଜାରି କରାଯାଇଛି । ଗଜପତି ଜିଲ୍ଲାରେ ପ୍ରାୟ ୧୫ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନେବା ପାଇଁ ୨୮୧ଟି ଆଶ୍ରୟସ୍ଥଳ ପ୍ରସ୍ତୁତ କରାଯାଇଛି । ତଳିଆ ଏବଂ ଭୂସ୍ଖଳନ ପ୍ରବଣ ଅଞ୍ଚଳରୁ ଲୋକଙ୍କୁ ହଟାଯାଉଛି । ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ଅଗ୍ନିଶମ ବିଭାଗର ୨୨୫ଟି ଟିମ୍ ଏବଂ ଓଡ୍ରାଫ୍ (ODRAF) ଦଳ ମୁତୟନ ହୋଇଛନ୍ତି।

 

 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।