ବିନା ପାଣି ପିଇ ୪୮ ବର୍ଷ

Nov 04, 2026 - 17:04
ବିନା ପାଣି ପିଇ ୪୮ ବର୍ଷ

 

ଆମେରିକୀୟ ଇନଭେଷ୍ଟର ୯୬ ବର୍ଷୀୟ ୱାରେନ୍ ବଫେ  ଗତ ୪୮ ବର୍ଷ ହେବ ପାଣି ପିଇ ନାହାଁନ୍ତି । ତେବେ ତାଙ୍କୁ ଶୋଷ ଲାଗୁଥିବା ସମୟରେ ସେ ପାଣି ବଦଳରେ କେବଳ କୋକା-କୋଲା ପିଇଥାନ୍ତି ବୋଲି ଜଣାପଡିଛି । ଏକ ରାତ୍ରୀଭୋଜନ ସମୟରେ ଏହି ରହସ୍ୟ ସମ୍ପର୍କରେ ଜଣାପଡିଥିଲା । ଯେଉଁଠାରେ ୱାରେନ୍ ପ୍ରତିଦିନ ଅତିକମରେ ପାଞ୍ଚଟି କୋକା-କୋଲା କ୍ୟାନ୍ ପିଉଥିବା ପ୍ରକାଶ କରିଥିଲେ । ତେବେ ସେ ପୂର୍ବରୁ ପେପ୍ସି ପିଉଥିଲେ ବୋଲି ଜଣାଇଥିଲେ । ଏପରିକି ତାଙ୍କ ଶରୀରର ଏକ ଚତୁର୍ଥାଂଶ କୋକା - କୋଲାରେ ତିଆରି ବୋଲି ସେ ଅନେକ ସମୟରେ ମଜାକ ଅନ୍ଦାଜରେ ମତ ଦେଇଛନ୍ତି । ଏହି ଘଟଣାଟି ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।