ବିଶ୍ୱ ପ୍ରାଣୀ କଲ୍ୟାଣ ଦିବସ
ବିଶ୍ୱ ଜୀବଜନ୍ତୁଙ୍କ ସୁରକ୍ଷା, ଅଧିକାର ଏବଂ ସେମାନଙ୍କ ପ୍ରତି ଦୟାଭାବ ପ୍ରଦର୍ଶନ କରିବାର ବାର୍ତ୍ତା ନେଇ ଆଜି ପାଳିତ ହେଉଛି ‘ବିଶ୍ୱ ପ୍ରାଣୀ କଲ୍ୟାଣ ଦିବସ’ । ପ୍ରତ୍ୟେକ ବର୍ଷ ଅକ୍ଟୋବର ୪ ତାରିଖରେ ଜୀବଜନ୍ତୁଙ୍କ ପ୍ରତି ମଣିଷର ଦାୟିତ୍ୱବୋଧକୁ ସ୍ମରଣ କରାଇବା ଏବଂ ବିଲୁପ୍ତପ୍ରାୟ ତଥା ଘରୋଇ ଓ ବନ୍ୟପ୍ରାଣୀଙ୍କ ସୁରକ୍ଷା ନିଶ୍ଚିତ କରିବା ପାଇଁ ଏହି ଦିବସଟି ସାରା ବିଶ୍ୱରେ ପାଳନ କରାଯାଇଥାଏ । ବର୍ତ୍ତମାନର ଆଧୁନିକ ସଭ୍ୟତା, ନଗରୀକରଣ ଏବଂ ଜଳବାୟୁ ପରିବର୍ତ୍ତନ ଯୋଗୁଁ ବହୁ ମୂଲ୍ୟବାନ ବନ୍ୟଜନ୍ତୁ ନିଜର ପ୍ରାକୃତିକ ପରିବେଶ ହରାଉଥିବା ବେଳେ ଅନେକ ଅସହାୟ ଗୃହପାଳିତ ପ୍ରାଣୀ ନିର୍ଯାତନାର ଶିକାର ହେଉଛନ୍ତି । ଏହି ପରିପ୍ରେକ୍ଷୀରେ ପ୍ରାଣୀମାନଙ୍କୁ କେବଳ ଏକ ସମ୍ପଦ ଭାବେ ନଦେଖି ସେମାନଙ୍କ ଜୀବନ ଓ ନିରାପତ୍ତାକୁ ସମ୍ମାନ ଦେବା ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ ଅଟେ। ବିଭିନ୍ନ ପରିବେଶବିତ୍, ବନ୍ୟପ୍ରାଣୀ ସଂରକ୍ଷଣ ସଂସ୍ଥା ଏବଂ ସମାଜସେବୀମାନେ ଜୀବଜନ୍ତୁଙ୍କୁ ଭଲପାଇବା । ସେମାନଙ୍କ ଆଶ୍ରୟ ଓ ଚିକିତ୍ସା ବ୍ୟବସ୍ଥା କରିବା ସହ ପ୍ରାଣୀ ନିଷ୍ଠୁରତା ବନ୍ଦ କରିବା ପାଇଁ ଜନସାଧାରଣଙ୍କୁ ସଚେତନ ହେବାକୁ ଆହ୍ୱାନ ଦେଇଛନ୍ତି । କାରଣ ଏକ ସନ୍ତୁଳିତ ପରିବେଶ ଓ ଜୈବବିବିଧତା ବଜାୟ ରଖିବା ପାଇଁ ଜୀବଜନ୍ତୁଙ୍କ ସୁରକ୍ଷା ନିତାନ୍ତ ଅପରିହାର୍ଯ୍ୟ ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।