ଭାଇବୋହୂଙ୍କୁ ଦୁଷ୍କର୍ମ ଅଭିଯୋଗରେ ସମ୍ପର୍କୀୟ ଦେଢ଼ଶୁର ଗିରଫ

Sep 23, 2026 - 21:40
ପାଟଣା: ପାଟଣା ଥାନା ଅନ୍ତର୍ଗତ ବାଲିବନ୍ଧ ଗ୍ରାମରେ ଜଣେ ଗର୍ଭବତୀ ୨୨ ବର୍ଷୀୟା ମହିଳାଙ୍କୁ ତାଙ୍କ ସମ୍ପର୍କୀୟ ଦେଢ଼ଶୁର ଗତ ରବିବାର ଦୁଷ୍କର୍ମ କରିଥିବା ନେଇ ପାଟଣା ଥାନାରେ ଅଭିଯୋଗ ହୋଇଥିଲା। ପାଟଣା ପୁଲିସ ଏନେଇ ୩୨୫/୨୦୨୬ ମୂଳେ ଏକ ମାମଲା ରୁଜୁ କରି ଥାନା ଏସଆଇ ଲକ୍ଷ୍ମଣ କୁମାର ମାଝୀ ଅଭିଯୁକ୍ତ ଦେଢ଼ଶୁର ଲୋକନାଥ ମହାନ୍ତକୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି। ଖବରରୁ ପ୍ରକାଶ ଯେ ବାଲିବନ୍ଧ ଗ୍ରାମର ଜଣେ ବିବହିତ ଯୁବକ ବାହାର ରାଜ୍ୟରେ ରହି କାମ କରୁଥିବା ବେଳେ ତାଙ୍କ ସ୍ତ୍ରୀ ଶାଶୁଘରେ ରହୁଥିଲେ। ଗତ ୨୦ ତାରିଖ ଦିନ ଘରେ କେହି ନଥିବା ସମୟରେ ତାଙ୍କ ସମ୍ପର୍କୀୟ ଦେଢ଼ଶୁର ଲୋକନାଥ ମହାନ୍ତ (୨୮) ତରକାରୀ ମାଗିବା ବାହାନାରେ ଏହି ଗର୍ଭବତୀ ମହିଳାଙ୍କ ସହ ଦୁଷ୍କର୍ମ କରିଥିବା ନେଇ ମହିଳା ଜଣକ ଥାନାରେ ଅଭିଯୋଗ କରିଥିଲେ। ମହିଳା ଜଣକ ପ୍ରତିବାଦ କରିବା ସହ ପାଟି କରିବାରୁ ଅଭିଯୁକ୍ତ ତାଙ୍କୁ ଧମକ ଦେଇଥିବା ମଧ୍ୟ ଅଭିଯୋଗରେ ଦର୍ଶାଯାଇଛି। ଘଟଣା ସମୟରେ ମହିଳାଜଣକ ୫ ମାସର ଗର୍ଭବତୀ ଥିବା ଜଣାପଡ଼ିଛି। ଅଭିଯୁକ୍ତକୁ କୋର୍ଟ ଚାଲାଣ ପୂର୍ବରୁ ଉଭୟ ପୀଡ଼ିତା ଓ ଅଭିଯୁକ୍ତର ଡାକ୍ତରୀ ମାଇନା କରାଯାଇଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAJA LIVE - ସମାଜ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAJA LIVE - ସମାଜ ଦେଖନ୍ତୁ।