ଭାରତୀୟ ନୌସେନା ଏକାଡେମୀରେ କାର୍ଯ୍ୟରତ ବାଂଲାଦେଶୀ ନାଗରିକ ଗିରଫ

Sep 19, 2026 - 16:31
ଭାରତୀୟ ନୌସେନା ଏକାଡେମୀରେ କାର୍ଯ୍ୟରତ ବାଂଲାଦେଶୀ ନାଗରିକ ଗିରଫ

କନ୍ନୁର: ପାୟନ୍ନୁର ନିକଟସ୍ଥ ଏଜିମାଲାସ୍ଥିତ ଭାରତୀୟ ନୌସେନା ଏକାଡେମୀ (ଆଇଏନ୍‌ଏ)ରେ ଅସ୍ଥାୟୀ କର୍ମଚାରୀ ଭାବରେ କାର୍ଯ୍ୟ କରୁଥିବା ଜଣେ ବାଂଲାଦେଶୀ ନାଗରିକଙ୍କୁ ଗିରଫ କରାଯାଇଛି। ସୂଚନାଯୋଗ୍ୟ, ଏହାକୁ ମିଶାଇ ଗତ ଚାରି ଦିନ ମଧ୍ୟରେ କନ୍ନୁରରୁ ୬ ଜଣ ବାଂଲାଦେଶୀ ନାଗରିକଙ୍କ ଗିରଫ କରାଗଲାଣି। ଅଭିଯୁକ୍ତ ୩୨ ବର୍ଷୀୟ ବିପ୍ଳବ ସୋରେନ ପ୍ରାୟ ଗୋଟିଏ ବର୍ଷ ହେଲା ନୌସେନା ଏକାଡେମୀରେ କାମ କରୁଥିଲା। ବିପ୍ଳବ ସୋରେନ ତା’ର ପ୍ରକୃତ ନାମ କି ନୁହେଁ ତାହା ତଦନ୍ତ କରାଯିବ। ଆଇଏନ୍‌ଏରେ ସୋରେନଙ୍କ କ’ଣ କାମ କରୁଥିଲା କିମ୍ବା ସେ ସେଠାରେ କିପରି ନିଯୁକ୍ତି ପାଇଲା ତାହା ପୁଲିସ ପ୍ରକାଶ କରିନାହିଁ। ଗତ ଚାରି ଦିନ ମଧ୍ୟରେ କନ୍ନୁର ପୁଲିସ ଜିଲ୍ଲାରେ ପାଞ୍ଚ ଜଣ ବାଂଲାଦେଶୀ ମହିଳାଙ୍କୁ ବୈଧ କାଗଜପତ୍ର ବିନା ଭାରତରେ ରହିବା ପାଇଁ ଗିରଫ କରିଛି। ସେମାନଙ୍କ ମଧ୍ୟରୁ ଚାରି ଜଣଙ୍କୁ ଗୁରୁବାର କନ୍ନୁରରେ ଅବୈଧ ଭାବରେ ରହିବା ଓ ସହରର ଏକ ସ୍ପାରେ କାମ କରିବା ପାଇଁ ଗିରଫ କରିଥିଲା। ପୁଲିସ ମଙ୍ଗଳବାର ପଞ୍ଚମ ବାଂଲାଦେଶୀ ମହିଳାଙ୍କୁ ଅବୈଧ ଭାବରେ ଭାରତରେ ରହିବା ପାଇଁ ଗିରଫ କରିଥିଲା।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।