ଭିଜିଲାନ୍ସ ଜାଲରେ ଧର୍ମଶାଳା ABEO
ଯାଜପୁର :ଭିଜିଲାନ୍ସ ଜାଲରେ ପୁଣି ଜଣେ ସରକାରୀ ବାବୁ ଇ ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଶିକ୍ଷା ଅଧିକାରୀ (ABEO) ଜୟଦେବ ଜେନା । ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ସକାଳେ ଜୟଦେବ ଜେନାଙ୍କ ଘରେ ଓ କାର୍ଯ୍ୟାଳୟରେ ସମେତ ଏକକାଳୀନ ୭ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ ଜାରି ରହିଛି । ବ୍ରହ୍ମପୁର ସ୍ୱତନ୍ତ୍ର ଭିଜିଲାନ୍ସ ଜଜ୍ ଜାରି କରିଥିବା ସର୍ଚ୍ଚ ୱାରେଣ୍ଟ ଆଧାରରେ ୩ ଜଣ ଅତିରିକ୍ତ ଏସପି, ୪ ଜଣ ଡିଏସପି, ୯ ଜଣ ଇନ୍ସପେକ୍ଟର ଏବଂ ଅନ୍ୟ କର୍ମଚାରୀଙ୍କ ଛାନ୍ଭିନ୍ ଜାରି ରଖିଛନ୍ତିି। ଭୁବନେଶ୍ୱର, ଗଞ୍ଜାମ ଓ ଯାଜପୁରରେ ସର୍ଚ୍ଚ ଅପରେସନ୍ ଚାଲିଛି ।
ସୂଚନା ଅନୁଯାୟୀ, ଜୟଦେବ ଜେନାଙ୍କ ଭୁବନେଶ୍ୱର, ଗଞ୍ଜାମ ଏବଂ ଯାଜପୁର ଜିଲ୍ଲାରେ ଥିବା ତାଙ୍କର ଏବଂ ତାଙ୍କ ସମ୍ପର୍କୀୟଙ୍କ ୭ଟି ଭିନ୍ନ ଭିନ୍ନ ଠିକଣା ଉପରେ ଭିଜିଲାନ୍ସ ଚଢ଼ାଉ ଚାଲିଛି । ଏଥି ମଧ୍ୟରେ ଭୁବନେଶ୍ୱରର ପାତ୍ରପଡ଼ା ଅଞ୍ଚଳରେ ଥିବା ଏକ ତିନି ମହଲା କୋଠା , ଗଞ୍ଜାମ ପି. ନୂଆଗାଁରେ ୨ ମହଲା କୋଠା,ଗଞ୍ଜାମ ବୁରୁଝରୀ ସ୍ଥିତ ଆତ୍ମୀୟଙ୍କ ଘର, ଭୁବନେଶ୍ୱର ଖଣ୍ଡଗିରି ଜନନୀ ବିହାର ସ୍ଥିତ ସମ୍ପର୍କୀୟଙ୍କ ଘର, ଯାଜପୁର ଜାରକା ସ୍ଥିତ ଭଡ଼ାଘର ଏବଂ ଯାଜପୁର ଜାରକା ସ୍ଥିତ କାର୍ଯ୍ୟାଳୟରେ ଚଢାଉ କରାଯାଉଛି । ଭିଜିଲାନ୍ସ ଚଢ଼ାଉ ସମୟରେ ଟଙ୍କା ବିଭିନ୍ନ ଠିକଣାରୁ ପୁଳା ପୁଳା ସୁନା ଏବଂ ହୀରା ଅଳଙ୍କାର ମାନ ଜବତ କରାଯାଇଛି । ତେବେ ଜୟଦେବ ଜେନାଙ୍କ ପତ୍ନୀଙ୍କର ବ୍ୟବସାୟ ଚାଲୁଥିବା ଏବଂ ସେ ନିୟମିତ ଆୟକର ଜମା କରୁଥିବା ଭିଜିଲାନ୍ସ ଜାଣିବାକୁ ପାଇଛି । ବର୍ତ୍ତମାନ ସୁଦ୍ଧା ଚଢ଼ାଉ ଜାରି ରହିଥିବାବେଳେ ସମସ୍ତ ତଥ୍ୟ ହସ୍ତଗତ ହୋଇପାରି ନାହିଁ ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।