ଭିତରକନିକା ହେନ୍ତାଳବନରେ ବିଳାସପୂର୍ଣ୍ଣ ନଦୀ ସଫାରିର ଦୁଇ ବର୍ଷ ପୂର୍ତି ପାଳନ କଲା ଅନ୍ତରା କ୍ରୁଜେସ୍

Sep 12, 2026 - 16:20
ଭିତରକନିକା ହେନ୍ତାଳବନରେ ବିଳାସପୂର୍ଣ୍ଣ ନଦୀ ସଫାରିର ଦୁଇ ବର୍ଷ ପୂର୍ତି ପାଳନ କଲା ଅନ୍ତରା କ୍ରୁଜେସ୍

ଭୁବନେଶ୍ୱର: ଭାରତର ଅଗ୍ରଣୀ ବିଳାସପୂର୍ଣ୍ଣ ରିଭର କ୍ରୁଜ୍ ସଂସ୍ଥା ‘ଅନ୍ତରା କ୍ରୁଜେସ୍’ ଓଡ଼ିଶାର ଭିତରକନିକା ଜାତୀୟ ଉଦ୍ୟାନରେ ନିଜର ସଫଳ ଦୁଇ ବର୍ଷ ପୂରଣ କରିଛି। ଦେଶର ଦ୍ୱିତୀୟ ବୃହତ୍ତମ ହେନ୍ତାଳବନ (ମ୍ୟାଙ୍ଗ୍ରୋଭ୍) ତଥା “ଭାରତର ଆମାଜନ” ଭାବେ ପରିଚିତ ଏହି ସ୍ଥାନରେ ସଂସ୍ଥାଟି ଦେଶର ଏକମାତ୍ର ଘରୋଇ ନଦୀ-ଜଙ୍ଗଲ ସଫାରି ଭାବେ ନିଜ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି।
ପୂର୍ବ ଭାରତର ଅନନ୍ୟ ପ୍ରାକୃତିକ ସମ୍ପଦକୁ ବିଶ୍ୱସ୍ତରରେ ପହଞ୍ଚାଇବା ସହ ଆଫ୍ରିକାର ମାସାଇ ମାରା ଭଳି ଭିତରକନିକାକୁ ଏକ ପ୍ରମୁଖ ୱାଇଲ୍ଡଲାଇଫ୍ ଡେଷ୍ଟିନେସନ ଭାବେ ଗଢ଼ିତୋଳିବା ଏହାର ମୁଖ୍ୟ ଲକ୍ଷ୍ୟ ବୋଲି ଅନ୍ତରା କ୍ରୁଜେସ୍ ର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ରାଜ ସିଂହ ପ୍ରକାଶ କରିଛନ୍ତି।
୪ଟି ବିଳାସପୂର୍ଣ୍ଣ କାଟାମାରାନ୍ ବୋଟ୍
ଭିତରକନିକାର ଜଳପଥରେ ପର୍ଯ୍ୟଟକଙ୍କୁ ପ୍ରିମିୟମ ଅନୁଭୂତି ଦେବା ପାଇଁ ସଂସ୍ଥା ପକ୍ଷରୁ ୪ଟି ସ୍ୱତନ୍ତ୍ର ବୋଟ୍ ସେବା ଯୋଗାଇ ଦିଆଯାଉଛି:
* ଏମଭି ମହାନଦୀ
* ଏମଭି ବ୍ରାହ୍ମଣୀ
* ଏମଭି ବୈତରଣୀ
* ଏମଭି ଭିତରକନିକା
ପ୍ରତ୍ୟେକ ବୋଟ୍‌ରେ ୨ଟି ଅତ୍ୟାଧୁନିକ କ୍ୟାବିନ୍ ରହିଛି, ଯେଉଁଥିରେ ସର୍ବାଧିକ ୪ ଜଣ ଅତିଥି ରହିପାରିବେ। ଏହାସହ ବନ୍ୟଜନ୍ତୁ ଏବଂ ପକ୍ଷୀଙ୍କୁ ନିକଟରୁ ଦେଖିବା ପାଇଁ ଏକ ସ୍ୱତନ୍ତ୍ର ଲିଭିଙ୍ଗ୍ ଲାଉଞ୍ଜ୍ ଏବଂ ଓପନ୍ ସନ୍‌ଡେକ୍ ମଧ୍ୟ ଉପଲବ୍ଧ।

ଏହି ଯାତ୍ରା ସମୟରେ ପର୍ଯ୍ୟଟକମାନେ ୩୨୦ରୁ ଅଧିକ ପ୍ରଜାତିର ପକ୍ଷୀ (ଦେଶର ସମସ୍ତ ୭ ପ୍ରକାର ମାଛରଙ୍କା ପକ୍ଷୀ ସମେତ), ବିଶାଳକାୟ ଲୁଣିପାଣି କୁମ୍ଭୀର, ଏଣ୍ଡୁଅ, ଗୋଧି ଏବଂ ଅଲିଭ୍ ରିଡଲେ ସାମୁଦ୍ରିକ କଇଁଛଙ୍କୁ ନିଜ ପ୍ରାକୃତିକ ଆବାସସ୍ଥଳୀରେ ଦେଖିବାର ସୁଯୋଗ ପାଉଛନ୍ତି।
ଓଡ଼ିଶା ବ୍ୟତୀତ ଗଙ୍ଗା ନଦୀରେ ମଧ୍ୟ ଏହି ସଂସ୍ଥା ‘ଗଙ୍ଗା ବିଳାସ’, ‘ଗଙ୍ଗେସ୍ ଭୋଏଜର୍’ ଭଳି ୫ଟି ସୁଇଟ୍-ବିଶିଷ୍ଟ ବିଳାସପୂର୍ଣ୍ଣ ଜାହାଜ ପରିଚାଳନା କରୁଛି। ଉଚ୍ଚମାନର ଆତିଥ୍ୟ ଓ ଉତ୍କୃଷ୍ଟ ସେବା ଯୋଗୁଁ ଦେଶବିଦେଶର ପର୍ଯ୍ୟଟକଙ୍କ ମଧ୍ୟରେ ଏହି କ୍ରୁଜ୍ ସଫାରି ବେଶ୍ ଆଦୃତ ହୋଇପାରିଛି।

- Advertisement -

ପର୍ଯ୍ୟଟକମାନେ ସ୍ବତନ୍ତ୍ର ଭାବରେ ପ୍ରସ୍ତୁତ ଦୁଇଟି ପ୍ୟାକେଜ୍ ମଧ୍ୟରୁ ବାଛିପାରିବେ: ଚାରିଜଣ ଅତିଥିଙ୍କ ପାଇଁ ସବୁ ଖର୍ଜ ମିଶାଇ ୧,୧୦,୦୦୦ ଟଙ୍କାରେ ଦୁଇ ରାତି, ତିନି ଦିନର “କ୍ରିକ୍ସ ଆଣ୍ଡ କ୍ରୋକୋଡାଇଲ୍ସ” ପ୍ୟାକେଜ୍, ଏବଂ ଚାରିଜଣ ଅତିଥିଙ୍କ ପାଇଁ ସବୁ ଖର୍ଜ ମିଶାଇ ୧,୫୦,୦୦୦ ଟଙ୍କାରେ ତିନି ରାତି, ଚାରି ଦିନର “ମ୍ୟାନ୍‌ଟ୍ରୋଭ୍ ମାଜେଷ୍ଟି” ଯାତ୍ରା।

ଓଡ଼ିଶା ବାହାରେ ମଧ୍ୟ ଏହି ସଂସ୍ଥା ଗଙ୍ଗା ନଦୀରେ ପାଞ୍ଚଟି ସ୍ୱତନ୍ତ୍ର ବୋଟ୍ ସହିତ ସମସ୍ତ ସୁଇଟ୍-ବିଶିଷ୍ଟ ଜାହାଜ ପରିଚାଳନା କରୁଛି, ଯେଉଁଥିରେ ୨୮ଟି ସୁଇଟ୍ ଥିବା ଗଙ୍ଗେସ୍ ଭୋଏଜର୍‌ ୧ ଏବଂ ଗଙ୍ଗେସ୍ ଭୋଏଜର୍‌ ୨, ୨୦ଟି ସୁଇଟ୍ ଥିବା ବେଙ୍ଗଲ ଗଙ୍ଗୀ, ୧୮ଟି ସୁଇଟ୍ ବା ଗଙ୍ଗା ବିଳାସ ଏବଂ ଗୋଟିଏ ସୁଇଟ୍ ଥିବା ନୌକା ବିଳାସ ସାମିଲ ରହିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAJA LIVE - ସମାଜ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAJA LIVE - ସମାଜ ଦେଖନ୍ତୁ।