Contract sanitation employees stage protest: ହସ୍ପିଟାଲରେ ସଫେଇ କାର୍ଯ୍ୟ ଠପ୍, ଆନ୍ଦୋଳନରେ ଠିକା ସଫେଇ କର୍ମଚାରୀ
୫୦ ବର୍ଷ ବୟସ ହେଲେ ଜବରଜସ୍ତି ରିଟାୟାରମେଣ୍ଟ... ବକେୟା ଦରମା ମାଗିଲେ କାମରୁ ବିଦା... ଆନ୍ଦୋଳନ କଲେ ପୋଲିସ ଧମକ... ଏଭିଳି ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସଫେଇ କର୍ମଚାରୀ। ଠିକା ସଂସ୍ଥାର ମନମୁଖୀ କାର୍ଯ୍ୟ ଓ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ଅବହେଳାର ପ୍ରତିବାଦରେ ଆଜି ପ୍ରାୟ ୮୫ ଜଣ ସଫେଇ କର୍ମଚାରୀ ହସ୍ପିଟାଲ ସମ୍ମୁଖରେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି।
ବିଶେଷ କରି ଦରମା ବନ୍ଦ, ନିଯୁକ୍ତି ପତ୍ର ପ୍ରଦାନରେ ବିଳମ୍ବ, ବେଆଇନ୍ ଛଟେଇ ଓ ଅନ୍ୟାନ୍ୟ ସୁବିଧା ସୁଯୋଗ ପ୍ରଦାନରେ ସଂସ୍ଥାର ଅବହେଳା କରୁଥିବା ଓ ହସ୍ପିଟାଲ କର୍ତ୍ତୃପକ୍ଷ ସବୁଜାଣି ଚୁପ ରହୁଥିବା ସେମାନେ ଅଭିଯୋଗ କରିଛନ୍ତି। ସଫେଇ କର୍ମଚାରୀଙ୍କ ଆନ୍ଦୋଳନ ଯୋଗୁଁ ମେଡିକାଲର ସଫେଇ କାମ ପ୍ରଭାବିତ ହୋଇଛି l ସେପଟେ ଏ ନେଇ ସମ୍ପୃକ୍ତ ଠିକା ସଂସ୍ଥା କିମ୍ବା ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ l
କେନ୍ଦ୍ରାପଡା ଜିଲ୍ଲା ହସ୍ପିଟାଲରେ ସଫେଇ କାର୍ଯ୍ୟ ଠପ୍
ଆନ୍ଦୋଳନରେ ୮୫ ଠିକା ସଫେଇ କର୍ମଚାରୀ
ଠିକ୍ ସମୟରେ ଦରମା ଦେଉନଥିବା ଅଭିଯୋଗ
୫୦ ବର୍ଷ ବୟସ ହେଲେ କାମରୁ ବାଦା କରୁଛି ସଂସ୍ଥା
ଆନ୍ଦୋଳନ କଲେ ପୋଲିସର ଧମକ ଦେଉଛନ୍ତି ମ୍ୟାନେଜର
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।