ମହାକାଳପଡା ଥାନାରେ ଏନଏଚଆରସି ଟିମ
କେନ୍ଦ୍ରାପଡା : ବହୁ ଚର୍ଚ୍ଚିତ ଚେମେଲୀ ଓଝା ଦୁର୍ବ୍ୟବହାର ଘଟଣା । ଘଟଣାର ଅନୁସନ୍ଧାନ ପାଇଁ ମହାକାଳପଡ଼ା ଥାନାରେ ହଜାର ହୋଇଛନ୍ତି ଏନଏଚଆରସି ୩ ଜଣିଆ ଟିମ । ମହାକାଳପଡ଼ା ଥାନାରେ ପହଞ୍ଚିବା ପରେ NHRC ଟିମ୍ ସେଠାରେ ଉପସ୍ଥିତ ଥିବା ତତ୍କାଳୀନ ଆଇଆଇସି (IIC), ଏସଡିପିଓ (SDPO) ଏବଂ ସମ୍ପୃକ୍ତ ପୋଲିସ ଅଧିକାରୀମାନଙ୍କୁ ପଚରାଉଚରା କରି ବୟାନ ରେକର୍ଡ କରୁଛନ୍ତି। ବିଡିଓ ଓ ଅନ୍ୟ ବ୍ଲକ କର୍ମଚାରୀମାନଙ୍କୁ ମଧ୍ୟ ଏହି ମାମଲାରେ ଜେରା କରାଯାଉଛି।
କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ବ୍ଲକ ତିଖିରୀ ପଂଚାୟତ ସରପଞ୍ଚ ଚେମେଲୀ ଓଝାଙ୍କୁ ମହାକାଳପଡ଼ା ବ୍ଲକ କାର୍ଯ୍ୟାଳୟରେ ମାରପିଟ୍ ଓ ଦୁର୍ବ୍ୟବହାର କରାଯାଇଥିବା ଅଭିଯୋଗ ହୋଇଥିଲା । ଏହାପରଠାରୁ ଆରମ୍ଭ ହୋଇଥିଲା ବିବାଦ । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇବା ସହ ନ୍ୟାୟ ଦାବି କରି ଜାତୀୟ ମାନବାଧିକାର କମିଶନ (NHRC)ଙ୍କ ଦ୍ୱାରସ୍ଥ ହୋଇଥିଲେ ଅଭିଯୋଗକାରୀ ।
ମାମଲାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ସୋମବାର ସନ୍ଧ୍ୟାରେ ଜିଲ୍ଲା ସର୍କିଟ୍ ହାଉସ୍ରେ ଏନଏଚଆରସିର ଟିମ୍ ପହଞ୍ଚିଥିବା ନେଇ ସୂଚନା ମିଳିଛି । ମଙ୍ଗଳବାର ଏହି ତଦନ୍ତକାରୀ ଦଳ ସିଧାସଳଖ ମହାକାଳପଡ଼ା ବ୍ଲକ୍ କାର୍ଯ୍ୟାଳୟ ଏବଂ ମହାକାଳପଡ଼ା ଥାନାରେ ପହଞ୍ଚି ଘଟଣାର ପୁଙ୍ଖାନୁପୁଙ୍ଖ ଯାଞ୍ଚ କରିବେ। ଏହାପରେ ଟିମ୍ର ସଦସ୍ୟମାନେ ସରପଞ୍ଚ ଚାମେଲି ଓଝାଙ୍କୁ ଭେଟି ତାଙ୍କ ପକ୍ଷ ଏବଂ ଅଭିଯୋଗ ସମ୍ପର୍କରେ ଆଲୋଚନା କରିବେ ବୋଲି ଜଣାପଡ଼ିଛି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।