ମହାକାଶରେ ହାଲୋୱିନ
ବର୍ତ୍ତମାନ ହାଲୋୱିନର ମାହୋଲ ସବୁସ୍ଥାନରେ ଦେଖିବାକୁ ମିଳୁଛି । ତେବେ ଏଥିରୁ ବାଦ ପଡିନାହାନ୍ତି ମହାକାଶଚାରୀ । ହାଲୋୱିନ୍ ଅବସରରେ ମହାକାଶରେ ସୁପରହିରୋ ଅବତାର ଦେଖିବାକୁ ମିଳିଛି, ଯେଉଁଥିରେ ନାସାର ପ୍ରାକ୍ତନ ମହାକାଶଚାରୀ ପେଗି ୱିଟସନ୍ ବ୍ୟାଟମ୍ୟାନ୍ ପୋଷାକ ପିନ୍ଧି ନିଜର ଏକ ଫଟୋ ସୋସିଆଲ୍ ମିଡିଆରେ ପୋଷ୍ଟ କରିଛନ୍ତି । ସମସ୍ତଙ୍କୁ ହାଲୋୱିନ୍ର ଶୁଭେଚ୍ଛା ଜଣାଇବା ସହ ସେ ମଜାଳିଆ ଭଙ୍ଗୀରେ ଲେଖିଛନ୍ତି ଯେ ସ୍ପଷ୍ଟ କାରଣ ଯୋଗୁଁ ମହାକାଶରେ ସୁପରହିରୋ ପୋଷାକ ସଦାସର୍ବଦା ଏକ ପ୍ରିୟ ପସନ୍ଦ ହୋଇଆସିଛି । ମହାକାଶରୁ ଆସିଥିବା ଏହି ସୁପରହିରୋ ଲୁକ୍ ଏବଂ ଆନନ୍ଦଦାୟକ ବାର୍ତ୍ତା ସୋସିଆଲ୍ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।