କୀଟ ନାଶକ ପି' ଯୁବ ଚାଷୀଙ୍କ ମୃତ୍ୟୁ
ବ୍ରହ୍ମପୁର : ବାତ୍ୟା 'ଅର୍ଣ୍ଣବ' ପରେ ଗଞ୍ଜାମ ଜିଲ୍ଲାରେ ଜଳ ପ୍ରଳୟ । ବାତ୍ୟା ରେ ଉଜୁଡି ଯାଇଛି ଚାଷ । ଉଜୁଡା କ୍ଷେତକୁ ଦେଖି ମାନସିକ ଭାରସାମ୍ୟ ହରାଇ କୀଟ ନାଶକ ପି' ଯୁବ ଚାଷୀଙ୍କ ମୃତ୍ୟୁ । ଋଣ କରି ଚାଷ କରିଥିଲେ, ହେଲେ ଅମଳ ପୂର୍ବରୁ ଲଗାଣ ବର୍ଷା ଯୋଗୁଁ ଉଜୁଡି ଗଲା ଫସଲ । ଋଣ ଭାର ସାଙ୍ଗକୁ ଉଜୁଡା କ୍ଷେତ ଦେଖି ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ବ୍ଲକ୍ର ନୂଆଗାଁ ଅଞ୍ଚଳର ବୁଲୁ ମଲ୍ଲିକ କୀଟ ନାଶକ ପି' ଆତ୍ମହତ୍ୟା କରିଛନ୍ତି । ଏଭଳି ଏକ ଦୁଃଖଦ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ସଦାବର୍ତ୍ତ ଗାଁ ରେ । ଗୁରୁତର ଅବସ୍ଥାରେ ତାଙ୍କୁ ବ୍ରହ୍ମପୁର ମେଡିକାଲ ନିଆଯାଇଥିଲା । ହେଲେ ଚିକିତ୍ସାଧୀନ ଅବସ୍ଥାରେ ବୁଲୁଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ତାଙ୍କ ପରିବାରରେ ଆଉ କେହି ରହୁ ନଥିବାବେଳେ ବୁଲୁ ରାଉଳ ଏକା ରହୁଥିଲେ ବୋଲି ଜଣ ପଡିଛି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।