ମାଂସାହାରୀ ଉଦ୍ଭିଦ 'ନେପେନ୍ଥେସ୍'
ବିଶ୍ୱରେ ଏପରି କିଛି ବିଚିତ୍ର ମାଂସାହାରୀ ଉଦ୍ଭିଦ ରହିଛନ୍ତି, ଯେଉଁମାନେ ପ୍ରାଣୀ ଓ କୀଟପତଙ୍ଗଙ୍କୁ ନିଜର ଆହାର ଭାବେ ଗ୍ରହଣ କରିଥାଆନ୍ତି । ସେମାନଙ୍କ ମଧ୍ୟରୁ 'ନେପେନ୍ଥେସ୍' ଅନ୍ୟତମ । ଏହି ଗଛର ପତ୍ରଗୁଡ଼ିକ ଏକ ନଳୀ ବା କଳସୀ ଆକାରରେ ରୂପାନ୍ତରିତ ହୋଇଥାଏ, ଯାହାର ମୁହଁ ନିକଟରେ ଏକ ମିଠା ଓ ଅଠାଳିଆ ପଦାର୍ଥ କ୍ଷରିତ ହୋଇଥାଏ । ଏହି ମିଠା ବାସ୍ନାରେ ଆକୃଷ୍ଟ ହୋଇ ମଶା ଏବଂ ମହୁମାଛି ଭଳି କୀଟପତଙ୍ଗମାନେ ଏହା ନିକଟକୁ ଆସନ୍ତି ଏବଂ ପୃଷ୍ଠଭାଗ ଚିକ୍କଣ ଓ ଖସଡ଼ା ହୋଇଥିବାରୁ ସିଧା କଳସୀ ଭିତରକୁ ଖସିପଡ଼ନ୍ତି । କଳସୀର ଭିତର ଭାଗ ଅତି ମସୃଣ ହୋଇଥିବାରୁ କୀଟମାନେ ଆଉ ଉପରକୁ ଚଢ଼ି ବାହାରି ପାରନ୍ତି ନାହିଁ ଏବଂ ତଳେ ଥିବା ପାଚକ ତରଳ ପଦାର୍ଥରେ ସେମାନଙ୍କ ଶରୀର ଧୀରେ ଧୀରେ ହଜମ ହୋଇଯାଏ । ବିଶେଷ କରି ଏହି ପ୍ରଜାତିର 'ନେପେନ୍ଥେସ୍ ରାଜା' ଆକାରରେ ଏତେ ବଡ଼ ହୋଇଥାଏ ଯେ ଏହା ମୂଷା ଭଳି ସାନ ସାନ ଜୀବଙ୍କୁ ମଧ୍ୟ ଶିକାର କରି ହଜମ କରିପାରେ । ଗୋଟିଏ କଳସୀ ପୂର୍ଣ୍ଣାଙ୍ଗ ହେବା ପାଇଁ ପ୍ରାୟ ଗୋଟିଏ ମାସ ସମୟ ଲାଗୁଥିବା ବେଳେ, 'ଭିନସ୍ ଫ୍ଲାଇଟ୍ରାପ୍' ଏବଂ 'ସନଡିୟୁ' ମଧ୍ୟ ଏହିପରି ଅନ୍ୟ କେତେକ ଜଣାଶୁଣା ମାଂସାହାରୀ ଉଦ୍ଭିଦ ଅଟନ୍ତି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।