ଯୌନ ନିର୍ଯାତନା ମାମଲା; ଜାତୀୟ ମହିଳା କମିଶନଙ୍କ ଦ୍ୱାରସ୍ଥ ହେଲେ ପୂର୍ବତନ ଚୌଦ୍ୱାର ଜେଲର
ଭୁବନେଶ୍ୱର : ଜାତୀୟ ମହିଳା କମିଶନଙ୍କ ଦ୍ୱାରସ୍ଥ ହେଲେ ପୂର୍ବତନ ଚୌଦ୍ୱାର ଜେଲର। ପୂର୍ବତନ ଜେଲ୍ ଡିଜି ସୁଶାନ୍ତ ନାଥଙ୍କ ବିରୋଧରେ ସେ ଥାନାରେ ଏତଲା ଦେଇଛନ୍ତି। ଯୌନ ନିର୍ଯାତନାର ଶିକାର ହୋଇଥିବା ନେଇ ଅଭିଯୋଗ କରିଛନ୍ତି। ଏହାସହ ତୁରନ୍ତ ଘଟଣାରେ ହସ୍ତକ୍ଷେପ ସହ ନ୍ୟାୟ ପ୍ରଦାନ ପାଇଁ ଦାବି କରିଛନ୍ତି। ଏନେଇ ପୂର୍ବରୁ ଚୌଦ୍ୱାର ଥାନାରେ ସେ ଏତଲା ଦେଇଥିଲେ।
ସୂଚନାଯୋଗ୍ୟ, ଆଇପିଏସ ସୁଶାନ୍ତ ନାଥଙ୍କ ଅନ୍ତରୀଣ ସୁରକ୍ଷା ଆବେଦନର ଶୁଣାଣି ଘୁଞ୍ଚିଛି। ଅନ୍ତରୀଣ ସୁରକ୍ଷା ଓ ମୂଳ ମାମଲା ଖାରଜ ଆବେଦନ ଶୁଣାଣି ଘୁଞ୍ଚେଇଛନ୍ତି ହାଇକୋର୍ଟ। ଆସନ୍ତା ୬ ତାରିଖକୁ ହାଇକୋର୍ଟ ଶୁଣାଣି ଘୁଞ୍ଚାଇଛନ୍ତି। କଟକ ଚୌଦ୍ୱାର ଜେଲ୍ ର ପୂର୍ବତନ ମହିଳା ଜେଲରଙ୍କ ଯୌନ ନିର୍ୟାତନା ମାମଲାରେ ଗିରଫଦାରୀରୁ ସୁରକ୍ଷା ଲୋଡ଼ି କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ସୁଶାନ୍ତ ନାଥ। ତାଙ୍କ ବିରୋଧରେ ରୁଜୁ ମାମଲାକୁ ଖାରଜ କରିବା ସହ ଅନ୍ତରୀଣ ସୁରକ୍ଷା ଏବଂ ଜାମିନ ପାଇଁ ମଧ୍ୟ ଆବେଦନ କରିଛନ୍ତି।
ମାଟି, ଗୋଡି ପାଇଁ ରକ୍ତାକ୍ତ ହେଲା ରାଜଧାନୀ ; ବିଚ୍ ରାସ୍ତାରେ ଗୁଳିକାଣ୍ଡ, ଗଡ଼ିଲା ମୁଣ୍ଡ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAJA LIVE - ସମାଜ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAJA LIVE - ସମାଜ ଦେଖନ୍ତୁ।