ନ୍ୟୁଜିଲାଣ୍ଡ ‘ଏ ’ ବିପକ୍ଷ ତୃତୀୟ ମ୍ୟାଚରୁ ପନ୍ତ୍‌ ବାଦ୍‌ ପ୍ରଥମ ଟେଷ୍ଟରେ ଖେଳିବା ନେଇ ଆଶଙ୍କା

Nov 02, 2026 - 12:54

ନୂଆଦିଲ୍ଲୀ: ୱିକେଟରକ୍ଷକ ବ୍ୟାଟ୍‌ସମ୍ୟାନ ଋଷଭ ପନ୍ତ୍‌ ଚଳିତ ନଭେମ୍ବର ୭ରୁ ଭାରତ ଓ ‘ଏ ’ ଓ ନ୍ୟୁଜିଲାଣ୍ଡ ‘ଏ’ ମଧ୍ୟରେ ଲିଙ୍କନରେ ଖେଳାଯିବାକୁ ଥିବା ତୃତୀୟ ଅନ୍‌ଅଫିସିଆଲ ଟେଷ୍ଟ ମ୍ୟାଚରୁ ବାଦ୍‌ ପଡ଼ିଛନ୍ତି। ପନ୍ତ୍‌ ଆହତ ପାଇଁ ପ୍ରଥମ ଦୁଇ ମ୍ୟାଚରୁ ମଧ୍ୟ ବାଦ୍‌ ପଡ଼ିଥିଲେ। ଫଳରେ ହାମିଲଟନରେ ଖେଳାଯିବାକୁ ଥିବା ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ପନ୍ତ୍‌ ଖେଳିବା ନେଇ ଆଶଙ୍କା ସୃଷ୍ଟି ହୋଇଛି। ଇରାନୀ କପ୍‌ ଫାଇନାଲରେ ରେଷ୍ଟ ଅଫ ଇଣ୍ଡିଆ ପକ୍ଷରୁ ଖେଳିଥିବା ସମୟରେ ପନ୍ତ୍‌ଙ୍କ ବାମ ପାଶ୍ବ ମାଂଶପେସୀରେ ଆଘାତ ଲାଗିଥିଲା। ଆଘାତରୁ ପନ୍ତ୍‌ ଏବେ ସମ୍ପୂର୍ଣ୍ଣ ସୁସ୍ଥ ହୋଇନାହାନ୍ତି। ଏଥିପାଇଁ ସେ ପ୍ରଥମ ଦୁଇ ଅନ ଅଫିସିଆଲ ଟେଷ୍ଟରୁ ବାଦ ପଡ଼ିଥିଲେ। ସେ ତୃତୀୟ ମ୍ୟାଚ ଖେଳିବା ନେଇ ଆଶା କରାଯାଉଥିଲା। କିନ୍ତୁ ସେ ଉକ୍ତ ମ୍ୟାଚରୁ ମଧ୍ୟ ଓହରି ଯାଇଛନ୍ତି। ନ୍ୟୁଜିଲାଣ୍ଡ ବିପକ୍ଷ ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳା ଲାଗି ପନ୍ତ ଭାରତୀୟ ଦଳରେ ସ୍ଥାନ ପାଇଛନ୍ତି। ୧୯ରୁ ୱିଲିଂଟନରେ ପ୍ରଥମ ଟେଷ୍ଟ ଖେଳାଯିବ। ତୃତୀୟ ଅନ ଅଫିସିଆଲ ଟେଷ୍ଟରୁ ପନ୍ତ୍‌ ବାଦ ପଡ଼ିବା ପରେ ଏବେ ପ୍ରଥମ ଟେ​‌ଷ୍ଟରେ ଖେଳିବା ନେଇ ଆଶଙ୍କା ସୃଷ୍ଟି ହୋଇଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAJA LIVE - ସମାଜ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAJA LIVE - ସମାଜ ଦେଖନ୍ତୁ।