ରାଜଧାନୀରେ ଦୁଷ୍କର୍ମ , ଡ଼ିସିପିଙ୍କୁ ରିପୋର୍ଟ ତଲବ

Oct 02, 2026 - 13:15
ରାଜଧାନୀରେ ଦୁଷ୍କର୍ମ , ଡ଼ିସିପିଙ୍କୁ ରିପୋର୍ଟ ତଲବ

ଭୁବନେଶ୍ୱର : ନୟାପଲ୍ଲୀ ରେ ଯୁବତୀଙ୍କୁ ବନ୍ଧୁକ ଦେଖାଇ ଦୁଷ୍କର୍ମ ଘଟଣା । ନିଜଆଡୁ ମାମଲା ରୁଜୁକରି ଘଟଣାର ଉଦବେଗ ପ୍ରକାଶ କଲେ ମହିଳା କମିଶନ । ଏହାସହ ଡ଼ିସିପିଙ୍କୁ ରିପୋର୍ଟ ତଲବ କରିଛନ୍ତି । ୧୫ଦିନ ମଧ୍ୟରେ ରିପୋର୍ଟ ଦାଖଲ ପାଇଁ ନିର୍ଦେଶ ଦେଇଛନ୍ତି ମହିଳା କମିଶନ । 

ସୂଚନାନୁସାରେ, ଗତ ବୁଧୁବାର ସନ୍ଧ୍ୟା ବେଳେ ନୟାପଲ୍ଲୀ ଥାନା ଅନ୍ତର୍ଗତ ବେହେରା ସାହିରେ ଘଟିଥିଲା ଏହି ଲଜ୍ଜାକର ଘଟଣା । ବଡ ଭଉଣୀ ବାହାରକୁ ଯାଇଥିବା ବେଳେ ଜଣେ ମୁଖାପିନ୍ଧା ଦୁର୍ବୁତ୍ତ ଘରେ ପଶି ବନ୍ଧୁକ ଦେଖାଇ ସାନ ଭଉଣୀ ସହ ଦୁଷ୍କର୍ମ କରି ଫେରାର ହୋଇ ଯାଇଥିଲା । ପ୍ରାୟ ୨୦ମିନିଟ ପରେ ବଡ଼ ଭଉଣୀ ଘରକୁ ଫେରି ସମସ୍ତ ଘଟଣା ବିଷୟରେ ଜାଣିଥିଲେ । ଏନେଇ ସେ ନୟାପଲ୍ଲୀ ଥାନାରେ ଅଭିଯୋଗ କରିଥିଲେ । ଏତଲା ପାଇବା ପରେ ପୋଲିସ ବାହିନୀ ପକ୍ଷରୁ ବିଭିନ୍ନ ସ୍ଥାନରେ ଖୋଜା ଖୋଜି ଚାଲିଥିଲେ ମଧ୍ୟ ଏଯାଏଁ ଦୁର୍ବୁତ୍ତର କୌଣସି ପତ୍ତା ମିଳିପାରି ନାହିଁ । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ବଢିଛି । ସିସିଟିଭି ଫୁଟେଜ ଆଧାରରେ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି । 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।