ଏସିଆନ ଗେମ୍ସ : ବକ୍ସିଂରେ ସ୍ବର୍ଣ୍ଣ ,ନୌଚାଳନାରେ ବ୍ରୋଞ୍ଜ
ନୂଆଦିଲ୍ଲୀ : ଏସିଆନ ଗେମ୍ସ ରେ ପୁଣି ଚମକିଲା ଭାରତ । ମହିଳା ବକ୍ସିଂରେ ସ୍ବର୍ଣ୍ଣ ସହିତ ମହିଳା ନୌଚାଳନାରେ ଚମତ୍କାର ପ୍ରଦର୍ଶନ କରି ଦେଶ ପାଇଁ ବ୍ରୋଞ୍ଜ ଜିତି ଗୌରବ ଆଣିଛନ୍ତି ।
ଭାରତର ତାରକା ମହିଳା ବକ୍ସର ଲଭଲିନା ବୋର୍ଗୋହେନ୍ ୭୫ କିଗ୍ରା ବର୍ଗର ଫାଇନାଲରେ ଚୀନର ବାଓ ଜିୟୀଙ୍କୁ ୫-୦ ରେ ପରାସ୍ତ କରି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ୨୦୧୪ ମସିହାରେ ମେରୀ କମ୍ଙ୍କ ପରେ ସେ ପ୍ରଥମ ଭାରତୀୟ ବକ୍ସର ଭାବେ ଏସିଆନ ଗେମ୍ସରେ ସ୍ୱର୍ଣ୍ଣ ଜିତି ଇତିହାସ ରଚିଛନ୍ତି । ସେହିପରି ମହିଳା ନୌଚାଳନା ଇଭେଣ୍ଟରେ ନେତ୍ର କୁମାନନ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।