ରାଜଧାନୀରେ ଯୁବତୀ ଦୁଷ୍କର୍ମ ଘଟଣାରେ ଏନ୍‌କାଉଣ୍ଟର

Oct 03, 2026 - 17:36

ଭୁବନେଶ୍ବର: ଦୁଷ୍କର୍ମ ଅଭିଯୁକ୍ତକୁ ଏନକାଉଣ୍ଟର। ଯୁବତୀ ଦୁଷ୍କର୍ମ ଘଟଣାରେ ଅଭିଯୁକ୍ତ ଯୁବକକୁ ଶନିବାର ଏନ୍‌କାଉଣ୍ଟର କଲା ପୁଲିସ। ଅଭିଯୁକ୍ତ ଯୁବକ ଜଣକ ଖସି ପଳାଇବା ପାଇଁ ପୁଲିସ ଉପରକୁ ଫାୟାରିଂ କରିଥିଲା। ଏହାପରେ ପାଲଟା ଗୁଳି ଚାଳନାରେ ଯୁବକ ଆହତ ହୋଇଛି। ଅଭିଯୁକ୍ତର ଗୋଡ଼ରେ ଗୁଳି ବାଜିଛି। ତା’କୁ କ୍ୟାପିଟାଲ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ନୟାପଲ୍ଲୀ ଥାନା ଅଞ୍ଚଳରେ ଘରେ ପଶି ଯୁବତୀଙ୍କୁ ଦୁଷ୍କର୍ମ କରିଥିଲା। ଅଭିଯୁକ୍ତ ମୁହଁରେ ମୁଖା ପିନ୍ଧି ବନ୍ଧୁକ ମୁନରେ ଧମକାଇ ଦୁଷ୍କର୍ମ କରିଥିଲା।

ଗ୍ରହଙ୍କ ମହାସଂଯୋଗକୁ ଶୁଭ ଯୋଗ; କେଉଁ ରାଶିର ଭାଗ୍ୟ ଚମକିବ..

 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAJA LIVE - ସମାଜ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAJA LIVE - ସମାଜ ଦେଖନ୍ତୁ।