ଶୈଶବରେ ନିଅନ୍ତୁ ମସ୍ତିଷ୍କର ଯତ୍ନ
ପିଲାଙ୍କୁ ଗଢିବାର ବୟସ ହେଲା ଶୈଶବ । ଏହି ବୟସରେ ସେମାନଙ୍କ ମସ୍ତିଷ୍କର ଦୃତ ଗତିରେ ବିକାଶ ଘଟିଥାଏ । ତେଣୁ ଏହି ସମୟରେ ପିଲାଙ୍କ ସହିତ ଟିକେ ସଂଯମତାର ସହ ବ୍ୟବହାର କରିବାକୁ ହୋଇଥାଏ । ସେମାନଙ୍କୁ ଗାଳି ଦେଲେ କିମ୍ବା ବାଡେଇଲେ ଏହାର ନକରାତ୍ମକ ପ୍ରଭାବ ସାଙ୍ଗେ ସାଙ୍ଗେ ମସ୍ତିଷ୍କ ଉପରେ ପଡିଥାଏ । କର୍ନାଲ ଅଫ୍ ବାୟୋଲୋଜିକାଲ ସାଇକ୍ରିଆଟିକ୍ ମାଗାଜିନ୍ରେ ପ୍ରକାଶିତ ତଥ୍ୟ ଅନୁସାରେ ଆମ ମସ୍ତିଷ୍କରେ ଥିବା ଆମିଗୋଡାଲା ଓ ହିପୋକାମ୍ପସ୍ ଶୈଶବର ଭାବନା ସହିତ ସ୍ମୃତିଶକ୍ତି ପ୍ରଖର କରିବାରେ ସହାୟକ ହୁଅନ୍ତି । ବୟସ ବଢିବା ସହିତ ଉପଯୁକ୍ତ ପରିବେଶ ଓ ଯତ୍ନ ମାଧ୍ୟମରେ ଦୁଇଟିର ବିକାଶ ଘଟିଥାଏ । ପିଲାଙ୍କ ଉପରେ ଚାପ ପଡିଲେ ଏହା ଠିକ୍ ଭାବେ ବିକାଶ ହୁଏ ନାହିଁ । ତେଣୁ ପିଲାଙ୍କୁ ସର୍ବଦା ସକରାତ୍ମକ କଥା କହିବା ଦରକାର । ସେମାନଙ୍କୁ ଚାପ ମୁକ୍ତ ରଖିବାର ଆବଶ୍ୟକ ରହିଛି । ଯାହା ସେମାନଙ୍କ ମସ୍ତିଷ୍କକୁ ଠିକ୍ ରୂପେ ବିକଶିତ ହେବାରେ ସାହାଯ୍ୟ କରିବା ସର୍ବଦା ସେମାନଙ୍କୁ ଉତ୍ତମ ପରିବେଶ ଦେବାକୁ ଚେଷ୍ଟା କରନ୍ତୁ । ଏହାସହିତ ସେମାନଙ୍କ ଖାଦ୍ୟର ମଧ୍ୟ ଧ୍ୟାନ ରଖନ୍ତୁ ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।