ଶ୍ରୀନାଥ, ସାମିଙ୍କ କ୍ଲବ୍ରେ ଅର୍ଶଦୀପ
ଅକ୍ଲାଣ୍ଡ: ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଦିନିକିଆରେ ଭାରତୀୟ ବାମହାତି ଦ୍ରୁତ ବୋଲର ଅର୍ଶଦୀପ ସିଂହ ୭୦ ରନ୍ଦେଇ ୪ଟି ୱିକେଟ ନେଇଥିଲେ। ଫଳରେ ଅର୍ଶଦୀପ କିମ୍ବଦନ୍ତୀ ବୋଲର ଜଭାଗଲ ଶ୍ରୀନାଥ ଓ ମହମ୍ମଦ ସାମିଙ୍କ କ୍ଲବ୍ରେ ସାମିଲ ହୋଇଛନ୍ତି। ଶ୍ରୀନାଥ ୨୦୦୩ରେ ଅକ୍ଲାଣ୍ଡରେ ନ୍ୟୁଜିଲାଣ୍ଡ ବିପକ୍ଷରେ ୨୩ ରନରେ ୪ଟି ଓ ନାପିଏରରେ ୧୯୯୫ରେ ୫୨ ରନରେ ୪ଟି ଏବଂ ସାମି ୨୦୧୪ରେ ନାପିଏରରେ ୫୫ରନରେ ୪ଟି ୱିକେଟ ନେଇଥିଲେ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAJA LIVE - ସମାଜ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAJA LIVE - ସମାଜ ଦେଖନ୍ତୁ।