ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ବ୍ୟବସ୍ଥା ଖୁବ୍ ଶୀଘ୍ର ଆରମ୍ଭ ହେବ - ମନ୍ତ୍ରୀ

Oct 13, 2026 - 13:53
ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ବ୍ୟବସ୍ଥା ଖୁବ୍ ଶୀଘ୍ର ଆରମ୍ଭ ହେବ - ମନ୍ତ୍ରୀ

ପୁରୀ :  ଯାତ୍ରୀଙ୍କ ଶୃଙ୍ଖଳିତ ଦର୍ଶନ ,ଭିଡ ନିୟନ୍ତ୍ରଣ ଓ ଶ୍ରୀମନ୍ଦିରରେ ଶୃଙ୍ଖଳା ରକ୍ଷା ପାଇଁ ଧାଡ଼ି ଦର୍ଶନ ପରିବର୍ତ୍ତେ ମ୍ୟାନ ମେଡ୍ ବ୍ୟାରିକେଡ଼ ଦର୍ଶନ ବ୍ୟବସ୍ଥା କରିବାକୁ ପ୍ରସ୍ତାବ ରଖିଛି ପ୍ରତିହାରୀ ନିଯୋଗ । ରାଜ୍ୟ ସରକାର ଓ ଆଇନ ମନ୍ତ୍ରୀ ପ୍ରତିହାରୀ ନିଯୋଗ ସହ ଆଲୋଚନା କଲେ ଆମେ ଶୃଙ୍ଖଳିତ ଦର୍ଶନ ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେଇପାରିବୁ ।

ଅନ୍ୟ ପଟରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ପ୍ରତିହାରୀ ନିଯୋଗ ଦ୍ୱାରା ମ୍ୟାନ ମେଡ୍ ବ୍ୟାରିକେଡ଼ ବା ରଶି ଦ୍ବାରା ବ୍ୟାରିକେଡ଼ କରିବା ଅତ୍ୟଧିକ ଗହଳି ସମୟରେ ସମ୍ଭବପର ନୁହେଁ ।  ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ବ୍ୟବସ୍ଥା ଖୁବ୍ ଶୀଘ୍ର ଆରମ୍ଭ ହେବ । ଏଥିପାଇଁ ଡିଜାଇନ୍ ଅନୁସାରେ ରାମ୍ପ ପ୍ରସ୍ତୁତ ହୋଇଛି । ଏ ନେଇ ପ୍ରତିହାରୀ ନିଯୋଗ ସହ ଆଲୋଚନା ହୋଇଛି।ଅନ୍ୟ ନିଯୋଗ ସହ ଆଲୋଚନା କରାଯାଇ ସହମତି ପରେ ପରିଚାଳନା କମିଟିରେ ଆଲୋଚନା ହୋଇ ନିଷ୍ପତି ପରେ ପରୀକ୍ଷାମୂଳକ ଭାବେ ଧାଡି ଦର୍ଶନ ବ୍ୟବସ୍ଥା ଆରମ୍ଭ ହେବ ।

 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।