ବିଲେଇ କରୁଥିଲା ମୃତ୍ୟୁର ଭବିଷ୍ୟବାଣୀ
ଆମେରିକାର ଏକ ନର୍ସିଂହୋମରେ ରହୁଥିବା 'ଓସ୍କାର୍' ନାମକ ଏକ ବିଲେଇ ରୋଗୀମାନଙ୍କର ମୃତ୍ୟୁକୁ ଆଗୁଆ ଅନୁଭବ କରିପାରୁଛି । ସୂଚନା ଅନୁସାରେ ସେ ଯେତେବେଳେ କୌଣସି ରୋଗୀଙ୍କ ଶେଯରେ ଯାଇ ବସୁଥିଲା, ସେହି ବ୍ୟକ୍ତି ଜଣକ କିଛି ଘଣ୍ଟା ମଧ୍ୟରେ ମୃତ୍ୟୁବରଣ କରୁଥିଲେ । ୨୦୦୫ ମସିହାରେ ରୋଡ୍ ଆଇଲ୍ୟାଣ୍ଡର ଏକ ନର୍ସିଂହୋମରେ ଡିମେନ୍ସିଆର ରୋଗୀମାନଙ୍କ ମଧ୍ୟରେ ଏହି କଳା-ଧଳା ରଙ୍ଗର ବିଲେଇକୁ ଅଣାଯାଇଥିଲା । ସେ ସାଧାରଣତଃ ଲୋକଙ୍କଠାରୁ ଦୂରେଇ ରହୁଥିଲା କିନ୍ତୁ ଅତ୍ୟନ୍ତ ଅସୁସ୍ଥ ରୋଗୀଙ୍କ ଶେଯରେ ଯାଇ ଶୋଉଥିଲା । ୨୦୦୭ରେ ଡକ୍ଟର ଡେଭିଡ୍ ଡୋସା ଏହାର ଆଚରଣକୁ ଏକ ମେଡିକାଲ୍ ଜର୍ଣ୍ଣାଲରେ ବର୍ଣ୍ଣନା କରିବା ସହ ପରେ "ମେକିଂ ରାଉଣ୍ଡସ୍ ୱିଥ୍ ଅସ୍କାର୍" ନାମକ ଏକ ପୁସ୍ତକ ମଧ୍ୟ ଲେଖିଥିଲେ । କିଛି ବିଶେଷଜ୍ଞ ଅନୁମାନ କରିଥିଲେ ଯେ ମୃତ୍ୟୁ ପୂର୍ବରୁ ରୋଗୀଙ୍କ ଶରୀରରେ କିମ୍ବା ବାସ୍ନାରେ ହେଉଥିବା ପରିବର୍ତ୍ତନକୁ ବିଲେଇଟି ଜାଣିପାରୁଥିବ । ଯଦିଓ ଏହାର ସ୍ପଷ୍ଟ ପ୍ରମାଣ କେବେ ମିଳିନି । ଶେଷରେ ୨୦୨୨ ମସିହାରେ ୧୭ ବର୍ଷ ବୟସରେ ତାର ମୃତ୍ୟୁ ହୋଇଥିଲା । ରିପୋର୍ଟ ଅନୁଯାୟୀ, ମୃତ୍ୟୁ ପୂର୍ବରୁ ସେ ୧୦୦ରୁ ଅଧିକ ରୋଗୀଙ୍କୁ ଭେଟିଥିଲା ଏବଂ ସେମାନଙ୍କର ମୃତ୍ୟୁର ଭବିଷ୍ୟବାଣୀ କରିଥିଲା ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।