ସଜାନ୍ତୁ ଗଣେଶ ପେଣ୍ଡାଲ୍

Sep 13, 2026 - 16:02
ସଜାନ୍ତୁ ଗଣେଶ ପେଣ୍ଡାଲ୍

ଗଣେଶ ପୂଜା କେବଳ ମନ୍ଦିର କିମ୍ବା ବାହାରେ ହେଉଥିବା ପେଣ୍ଡାଲରେ ହୋଇନଥାଏ । ଏହି ପୂଜା ଘରେଘରେ ମଧ୍ୟ ହୋଇଥାଏ । ତେବେ ଘରେ ପୂଜା କରିବା ପୂର୍ବରୁ କିଛିଟା ଦିଗ ପ୍ରତି ଧ୍ୟାନ ଦେଲେ ପୂଜା ବେଶ୍ସୁନ୍ଦର ସହ ଆକର୍ଷଣୀୟ ହୋଇପାରିବ । ଖୁବ ଛୋଟଛୋଟ ଜିନିଷକୁ ସଜାଇ ପାରିଲେ ଏହା ବେଶ୍ଭଲ ସୁନ୍ଦର ଗଣେଶ ପେଣ୍ଡାଲ ହୋଇପାରିବ । ପୂଜା ଘର ସଜାଇବା ପାଇଁ ବିଭିନ୍ନ ପ୍ରକାରର ଫୁଲର ବ୍ୟବହାର କରନ୍ତୁ । ଏଭଳି ଫୁଲକୁ ତାଲିକାରେ ରଖନ୍ତୁ, ଯାହା ଶୀଘ୍ର ମଉଳି ନଥାଏ । ତେଣୁ ପ୍ରଥମ ପ୍ରାଥମିକତା ଗେଣ୍ଡୁ ଫୁଲକୁ ଦିଅନ୍ତୁ । ଶାସ୍ତ୍ରରେ ବର୍ଣ୍ଣନା ଅନୁସାରେ ଗଣେଶଙ୍କୁ ହଳଦିଆ ରଙ୍ଗ ଭଲ ଲାଗିଥାଏ । ତେଣୁ ପୂଜାଘର ସଜାଇବା ସମୟରେ ହଳିଦିଆ ରଙ୍ଗର ଫୁଲ ବ୍ୟବହାର କଲେ ଭଲ । ସେହିଭଳି ଯଦି ଆପଣ ଇକୋଫ୍ରେଣ୍ଡଲି ଗଣେଶ ପୂଜା ପାଳନ କରିବାକୁ ଚାହୁଁଛନ୍ତି, ତେବେ ପୂଜା ଘରେ ଗଛ ମଧ୍ୟ ସଜାଇପାରିବେ । ଏହି ଗଛରେ ସଜାଇବା ପାଇଁ ଆବଶ୍ୟକ ହେଉଥିବା ଲାଇଟ୍, ବେଲୁନ୍, ଚୁନି ଆଦିକୁ ସଜାଇପାରିବେ । ସେହିଭଳି ଘରର କାନ୍ଥକୁ ଫୁଲ ମାଳ, ବେଲୁନ୍, ରଙ୍ଗବେରଙ୍ଗ ଲାଇଟ୍, ଚୁନି, ଝାଲର ଆଦିରେ ସଜାଇପାରିବେ । ସେହିଭଳି କିଛି ବି ପର୍ବ ବିନା ରଙ୍ଗୋଲିରେ ଅଧୁରା ଲାଗିଥାଏ । ତେଣୁ ବିଭିନ୍ନ ରଙ୍ଗର ମୁରୁଜ ବ୍ୟବହାର କରି ସୁନ୍ଦର ରଙ୍ଗୋଲି କରନ୍ତୁ, ଯାହା ପୂଜାଘରକୁ ବେଶ୍ଆକର୍ଷଣୀୟ କରିବ । ଏହି ରଙ୍ଗୋଲିରେ ଦୀପ ଥୋଇପାରିବେ ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।