ସତର୍କ ସୂଚନା ଉପରେ ସୁବର୍ଣ୍ଣରେଖା , ବଢୁଛି ବୁଢ଼ାବଳଙ୍ଗ

Sep 01, 2026 - 11:33
ସତର୍କ ସୂଚନା ଉପରେ ସୁବର୍ଣ୍ଣରେଖା , ବଢୁଛି ବୁଢ଼ାବଳଙ୍ଗ

ବାଲେଶ୍ୱର / ମୟୁରଭଞ୍ଜ : ଲଗାଣ ବର୍ଷାରେ ବେହାଲ ଉତ୍ତର ଓଡିଶା । ବାଲେଶ୍ୱର ଜିଲ୍ଲା ଦେଇ ପ୍ରବାହିତ ସୁବର୍ଣ୍ଣରେଖା ସତର୍କ ସୂଚନା ଅତିକ୍ରମ କରିଥିବାବେଳେ ମୟୁରଭଞ୍ଜରେ ବନ୍ୟା ଆଶଙ୍କା ଦେଖାଦେଇଛି । ଲଗାତାର ବୁଢା ବଳଙ୍ଗର ଜଳସ୍ତର ବୃଦ୍ଧି ପାଉଛି । ସେହିପରି ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଗତ କାଲି ରାତିରୁ ବୈତରଣୀ ନଦୀର ଜଳ ସ୍ତର ବଢ଼ିବାରେ ଲାଗିଛି । ବିପଦ ସଂକେତ ମୁହାଁ ହୋଇଛି ବୈତରଣୀ ନଦୀର ଜଳସ୍ତର । ଆଖୁଆପଦା ଠାରେ ବିପଦ ସଂକେତ ୧୮.୩୩ ମିଟର ଥିବା ବେଳେ ୧୮.୨୮ ଉପରେ ଜଳ ପ୍ରବାହିତ ହେଉଛି । ଫଳରେ ଉତ୍ତର ନଡ଼ିଶାରେ ପୁଣି ଥରେ ବନ୍ୟା ଆଶଙ୍କା ଦେଖାଦେଇଛି ।

ଅନ୍ୟପଟେ,  ବାଲେଶ୍ଵରରେ ବିପଦ ସଙ୍କେତ ଛୁଇଁଲା ଜଳକା ନଦୀ । ଆଜି ସକାଳ ୬ଟା ସୁଦ୍ଧା ନଦୀର ଜଳସ୍ତର ୬.୫୦ ମିଟର ରହିଛି। ସେହିଭଳି ବୁଢ଼ାବଳଙ୍ଗ ନଦୀ ସକାଳ ୬ଟା ସୁଦ୍ଧା ସତର୍କ ସଙ୍କେତ ଅତିକ୍ରମ କରିଥିବା ବେଳେ ଜଳସ୍ତର ୭.୨୮ ମିଟର ରହିଛି । ସୁବର୍ଣ୍ଣରେଖା ନଦୀ ରେ ମଧ୍ୟ ବଢୁଛି ଜଳସ୍ତର । ସକାଳ ୬ ଟା ସୁଦ୍ଧା ନଦୀର ଜଳସ୍ତର ୯.୩୨ ମିଟରରେ ପହଞ୍ଚିଛି ।

ସେପଟେ ରାଜ୍ୟରେ ଲଘୁଚାପ ପ୍ରଭାବରେ ଜାରି ରହିଛି ବର୍ଷା । ଆଜି ମଧ୍ୟ ଅଧା ରାଜ୍ୟରେ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ସେହିପରି କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଭାରତୀୟ ପାଣିପାଗ ବିଭାଗ (IMD) ସତର୍କ କରାଇଛି । ୨ ଓ ୩ ତାରିଖରେ ମଧ୍ୟ ବିଚ୍ଛିନ୍ନ ଭାବେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ଏହାରି ମଧ୍ୟରେ ଚଳିତ ବର୍ଷ ଓଡ଼ିଶା ପାଇଁ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଚିତ୍ର ସାମ୍ନାକୁ ଆସିଛି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।