ସନ୍ତାନଙ୍କ ଭବିଷ୍ୟତ ପାଇଁ ସଂଘର୍ଷ
ଝାଡ଼ଖଣ୍ଡର କବିତା କୁମାରୀ ନାମ୍ନୀ ଜଣେ ମହିଳା ଜୋତା କିମ୍ବା ଟ୍ରାକସୁଟ୍ କିଣିବାକୁ ଅସମର୍ଥ ହୋଇ ଶାଢ଼ୀ ପିନ୍ଧି ଓ ଖାଲି ପାଦରେ ହୋମ୍ ଗାର୍ଡ ନିଯୁକ୍ତି ଦୌଡ଼ରେ ଭାଗ ନେଇ ପ୍ରଶଂସିତ ହୋଇଛନ୍ତି । ସନ୍ତାନମାନଙ୍କ ଭବିଷ୍ୟତ ପାଇଁ ତାଙ୍କର ଏହି ସଂଘର୍ଷ ବର୍ତ୍ତମାନ ଖୁବ ଚର୍ଚ୍ଚାରେ ରହିଛି । ଅକ୍ଟୋବର ୪ରେ ଏକ ବେସରକାରୀ ଏକାଡେମୀର ଟ୍ରାଏଲ୍ରେ ୧,୬୦୦ ମିଟର ଦୌଡ଼ ପାଇଁ ୧୦ ମିନିଟ୍ ସମୟ ଧାର୍ଯ୍ୟ ଥିବାବେଳେ, ସେ ଏହାକୁ ମାତ୍ର ୬ ମିନିଟ୍ରେ ସମ୍ପୂର୍ଣ୍ଣ କରିଥିଲେ । ସ୍ୱାମୀଙ୍କ ଦେହାନ୍ତ ପରେ ନିଜର ଦୁଇ ସନ୍ତାନଙ୍କ ଭବିଷ୍ୟତ ଓ ଆର୍ଥିକ ସ୍ଥିତି ସୁଧାରିବା ପାଇଁ ରାମଗଡ଼ରେ ବାହାରିଥିବା ୨୮୪ଟି ହୋମ୍ ଗାର୍ଡ ପଦବୀ ପାଇଁ ସେ ନିୟମିତ ପ୍ରଶିକ୍ଷଣ ନେଉଛନ୍ତି । ଏହି ଦୌଡ଼ର ଭିଡିଓ ଭାଇରାଲ ହେବା ପରେ ବିଧାୟକ ଜୟରାମ ମାହାତୋ ତାଙ୍କୁ ଜୋତା ଓ ଟି-ସାର୍ଟ ପ୍ରଦାନ କରିଛନ୍ତି । ସେହିଭଳି ସୋସିଆଲ ମିଡିଆରେ ମଧ୍ୟ ତାଙ୍କର ଏହି ପରିଶ୍ରମକୁ ଲୋକମାନେ ଖୁବ ପ୍ରଶଂସା କରୁଛନ୍ତି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।