ଗଭୀର ନିଦରେ ଶୋଇବାକୁ ପୁରସ୍କାର

Oct 08, 2026 - 16:36
ଗଭୀର ନିଦରେ ଶୋଇବାକୁ ପୁରସ୍କାର

 

ଜାପାନର ମ୍ୟାଟ୍ରେସ କମ୍ପାନୀ 'କୋଆଲା ସ୍ଲିପ୍ ' ଦ୍ୱାରା ଆୟୋଜିତ "ମ୍ୟାଟ୍ ରେସ୍" ପ୍ରତିଯୋଗିତାରେ ସବୁଠାରୁ ଗଭୀର ନିଦ୍ରାରେ ଶୋଇ ଜଣେ ମହିଳା ବିଜେତା ହୋଇଛନ୍ତି । ସୁଇମି ନାମ୍ନୀ ଉକ୍ତ ମହିଳା ୧୪ ଲକ୍ଷ ଟଙ୍କାର ପୁରସ୍କାର ରାଶି ଜିତିଛନ୍ତି । ୯୦ ମିନିଟର ଏହି ପ୍ରତିଯୋଗିତାରେ ନିଦ୍ରା-ଟ୍ରାକିଂ ଉପକରଣ ମାଧ୍ୟମରେ ଅଂଶଗ୍ରହଣକାରୀଙ୍କ ଗଭୀର ନିଦ୍ରାକୁ ମାପ କରାଯାଇଥିଲା । ଏହି ମାପ ପରେ ସୁଇମି ସବୁଠାରୁ ଶୀଘ୍ର ଏବଂ ଗଭୀର ନିଦ୍ରା ଗ୍ରହଣ କରି ପ୍ରଥମ ସ୍ଥାନ ଅଧିକାର କରିଥିବା ଜଣାପଡିଥିଲା ।  ଜାପାନରେ ନିଦ୍ରାହୀନତା ଏକ ବଡ଼ ସମସ୍ୟା ଭାବେ ଉଭା ହୋଇଥିବାରୁ ଏଭଳି ପ୍ରତିଯୋଗିତାର ଆୟୋଜନ ହେଉଥିବା ଜଣାପଡିଛି । ସୋସିଆଲ ମିଡିଆରେ ଉକ୍ତ ପ୍ରତିଯୋଗିତାଟି ଖୁବ ଭାଇରାଲ ହେବାରେ ଲାଗିଛି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।