ସମ୍ଭାବ୍ୟ ବାତ୍ୟାକୁ ନେଇ ସରକାର ପ୍ରସ୍ତୁତ - ରାଜସ୍ବମନ୍ତ୍ରୀ

Oct 23, 2026 - 10:55
ସମ୍ଭାବ୍ୟ ବାତ୍ୟାକୁ ନେଇ ସରକାର ପ୍ରସ୍ତୁତ - ରାଜସ୍ବମନ୍ତ୍ରୀ

ଭୁବନେଶ୍ବର : ବଢିଲା ବାତ୍ୟା ଆଶଙ୍କା । ଅକ୍ଟୋବର ମାସରେ ବାତ୍ଯା ନେଇ ଛନକା ଲାଗି ରହିଥିବାବେଳେ ବଙ୍ଗୋପସାଗର ରେ ସୃଷ୍ଟି ହୋଇଛି ଘୂ୍ଣ୍ଣିବଳୟ । ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଶନିବାର ଅବପାତ ଏବଂ ୨୫ରେ ଗଭୀର ଅବପାତର ରୂପ ନେବ।  ଏହା ଆସନ୍ତା ୨୬ ତାରିଖ ସକାଳ ସୁଦ୍ଧା ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି ।

ପାଣିପାଗ ବିଭାଗର ରିପୋର୍ଟ ଅନୁସାରେ, ଘୂର୍ଣ୍ଣିବଳୟଟି ବାତ୍ୟାର ରୂପ ନେଲା ପରେ ଏହା ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପକୂଳ ଆଡ଼କୁ ଗତି କରିବ ଇ ଇସିଏମଡବଲୁଏଫ୍ ଆକଳନ କରିଛି, ୨୮ତାରିଖ ସକାଳେ ଆନ୍ଧ୍ରର କାକିନାଡାପାଖରେସମ୍ଭାବ୍ୟ ବାତ୍ୟା ସ୍ଥଳଭାଗରେ ପ୍ରବେଶ କରିବ। ଜିଏଫଏସ୍ ପୂର୍ବାନୁମାନ ହେଲା-ଶ୍ରୀକାକୁଲମ ଓ ଗୋପାଳପୁର ମଧ୍ୟରେ ଏହା ସ୍ଥଳଭାଗ ଛୁଇଁପାରେ । ଲ୍ୟାଣ୍ଡଫଲ୍ ସମୟରେ ୧୫୦ କିମି ବେଗରେ ପବନ ବହିବ। ସିଏମସି ମଡେଲ୍ ଅନୁସାରେ ଦକ୍ଷିଣ ଓଡ଼ିଶାର ଗୋପାଳପୁର ପାଖରେ ସମ୍ଭାବ୍ୟ ବାତ୍ୟା ସ୍ଥଳଭାଗକୁ ପଶିପାରେ। ଅର୍ଥାତ ଓଡ଼ିଶା ଉପରେ ରହିଛି ଭୀଷଣ ବାତ୍ୟାର ବିପଦ । ସମ୍ଭାବ୍ୟ ବାତ୍ୟା ନେଇ ୟୁରୋପୀୟ ମଡେଲକୁ ଇଣ୍ଡିକେସନ ଭାବେ ନେଇ ଆମେ ପ୍ରସ୍ତୁତ ହେଉଛୁ । ଆଇଏମଡି ସହ ନିରନ୍ତର ଯୋଗାଯୋଗରେ ରହିଛୁ ବୋଲି କହିଛନ୍ତି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । ଲଘୁଚାପ ହେବ ଏବଂ ପରେ ଅବପାତର ରୂପ ନେବ । ଆନ୍ଧ୍ର ପ୍ରଦେଶର ସମୁଦ୍ର ତଟ ଛୁଇଁବ, ହେଲେ କେତେ କ୍ଷତି ହେବ ସେନେଇ ଆଇଏମଡି ପକ୍ଷରୁ ସଠିକ ଆକଳନ ଏପର୍ଯ୍ୟନ୍ତ କରାଯାଇନି । ଓଡିଶାବାସୀ ବିଚଳିତ ହୁଅନ୍ତୁ ନାହିଁ, ସରକାର ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି ସୁରେଶ ପୂଜାରୀ ।

ସମ୍ଭାବ୍ୟ ବାତ୍ୟାକୁ ନେଇ ଆଗୁଆ ସତର୍କତା ଓ ପ୍ରସ୍ତୁତି ଉପରେ ଗୁରୁତ୍ୱ ଦେଇ ମନ୍ତ୍ରୀ କହିଛନ୍ତି ଯେ ଓଡ଼ିଶାବାସୀ ବିଚଳିତ ହେବାର ଆବଶ୍ୟକତା ନାହିଁ । ସରକାର ପରିସ୍ଥିତି ଉପରେ ନଜର ରଖିଛନ୍ତି ଏବଂ ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ଅଛନ୍ତି । ସମ୍ଭାବ୍ୟ ବାତ୍ୟାକୁ ନେଇ ଏବେ ସମସ୍ତଙ୍କ ନଜର ଆଇଏମଡିର ପରବର୍ତ୍ତୀ ପାଣିପାଗ ଆକଳନ ଉପରେ ରହିଛି । ଆଧିକାରିକ ସୂଚନା ଆସିବା ପରେ ବାତ୍ୟାର ପ୍ରକୃତ ସ୍ଥିତି ଓ ଓଡ଼ିଶା ଉପରେ ଏହାର ସମ୍ଭାବ୍ୟ ପ୍ରଭାବ ସମ୍ପର୍କରେ ଅଧିକ ସ୍ପଷ୍ଟତା ମିଳିପାରିବ ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।