ସିଂହ ରାଶିରେ ହେବ ଗ୍ରହଙ୍କ ମହାମିଳନ! ମେଷ, ସିଂହ, କୁମ୍ଭ ରାଶିଙ୍କୁ ମିଳିପାରେ  ପ୍ରଚୁର ଲାଭ!

Oct 24, 2026 - 08:49
ସିଂହ ରାଶିରେ ହେବ ଗ୍ରହଙ୍କ ମହାମିଳନ! ମେଷ, ସିଂହ, କୁମ୍ଭ ରାଶିଙ୍କୁ ମିଳିପାରେ  ପ୍ରଚୁର ଲାଭ!

ନୂଆଦିଲ୍ଲୀ: ଭାଗ୍ୟ ବଦଳିବ ନା ଖୋଲିବ ଧନର ଦ୍ୱାର?

ଚାକିରିରେ ମିଳିବ କି ପ୍ରମୋସନ୍‌?

ବ୍ୟବସାୟରେ ହେବ କି ଦୁଇଗୁଣା ଲାଭ?

ନା ଦୀର୍ଘଦିନର ଅଟକି ରହିଥିବା କାମରେ ଆସିବ ନୂଆ ମୋଡ଼?

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହଙ୍କ ଚଳନକୁ ନେଇ ରହିଛି ଅନେକ ବିଶ୍ୱାସ।

ଆଉ ଏବେ ଚର୍ଚ୍ଚାରେ ରହିଛି ଗୁରୁ-ମଙ୍ଗଳଙ୍କ ଯୁତି।

ଜ୍ୟୋତିଷୀୟ ଗଣନା ଅନୁସାରେ, ନଭେମ୍ବର ୧୨, ୨୦୨୬ରେ ସିଂହ ରାଶିରେ ଏହି ଯୁତି ହେବା ନେଇ କୁହାଯାଉଛି।

ଗୁରୁଙ୍କୁ ଜ୍ଞାନ, ଭାଗ୍ୟ ଓ ସମୃଦ୍ଧିର କାରକ ବୋଲି ମନାଯାଉଥିବା ବେଳେ ମଙ୍ଗଳଙ୍କୁ ସାହସ, ଶକ୍ତି ଓ ପରାକ୍ରମର ପ୍ରତୀକ ଭାବେ ବିବେଚନା କରାଯାଏ।

ତେଣୁ ଏହି ଗ୍ରହ ସଂଯୋଗକୁ ନେଇ ୩ଟି ରାଶିର ଜାତକଙ୍କ ମଧ୍ୟରେ ନୂଆ ସମ୍ଭାବନା ଦେଖାଦେଇପାରେ ବୋଲି ଜ୍ୟୋତିଷୀୟ ଆକଳନ କରାଯାଉଛି।

ତେବେ କେଉଁ ସେହି ୩ ରାଶି?

ଆସନ୍ତୁ ଜାଣିବା ।

ମେଷ ରାଶି..ମେଷ ରାଶିର ଜାତକଙ୍କ ପାଇଁ ଏହି ଗ୍ରହ ସଂଯୋଗ କର୍ମକ୍ଷେତ୍ର ଓ ଆର୍ଥିକ ମାମଲାରେ ନୂଆ ଆଶା ଆଣିପାରେ।

ଚାକିରି କରୁଥିବା ଲୋକଙ୍କୁ ନୂଆ ଦାୟିତ୍ୱ ମିଳିବା ସହ ନିଜ ଦକ୍ଷତା ପ୍ରମାଣ କରିବାର ସୁଯୋଗ ମିଳିପାରେ।

ଦୀର୍ଘଦିନ ଧରି ଅପେକ୍ଷା କରିଥିବା ଲୋକଙ୍କୁ ନୂଆ ଅବସର ମିଳିପାରେ।

ବ୍ୟବସାୟୀଙ୍କ ପାଇଁ ନୂଆ ଗ୍ରାହକ ଓ ବ୍ୟବସାୟ ବିସ୍ତାରର ସମ୍ଭାବନା ରହିଛି।

Advertisment Rabies: ଜଳାତଙ୍କ ରୋଗର ଚିକିତ୍ସା କଷ୍ଟକର କାହିଁକି?

ତେବେ ଅଧିକ ଲାଭ ଆଶାରେ ତରବରିଆ ନିବେଶ କରିବାରୁ ଦୂରେଇ ରହିବା ଭଲ ।

ସେହିପରି ସିଂହ ରାଶି..

ଯେହେତୁ ସିଂହ ରାଶିରେ ଗୁରୁ-ମଙ୍ଗଳଙ୍କ ସଂଯୋଗ ହେବା ନେଇ ଆକଳନ କରାଯାଉଛି, ତେଣୁ ଏହି ରାଶିର ଜାତକଙ୍କ ପାଇଁ ଏହାକୁ ବିଶେଷ ମହତ୍ତ୍ୱପୂର୍ଣ୍ଣ ମନାଯାଉଛି।

ନିଜ ପ୍ରତିଭା ଦେଖାଇବା ସହ କର୍ମକ୍ଷେତ୍ରରେ ନୂଆ ପରିଚୟ ସୃଷ୍ଟି କରିବାର ସୁଯୋଗ ମିଳିପାରେ।

ବ୍ୟବସାୟୀମାନେ ନୂଆ ଯୋଜନା ଆରମ୍ଭ କରିବା ଏବଂ କାରବାର ବଢ଼ାଇବା ଉପରେ ଧ୍ୟାନ ଦେଇପାରନ୍ତି।

ତେବେ ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖିବା ସହ ଆର୍ଥିକ ଯୋଜନା କରିବା ଜରୁରୀ।

ଏବେ ଆସିବା କୁମ୍ଭ ରାଶି ପାଖକୁ ।

କୁମ୍ଭ ରାଶିର ଜାତକଙ୍କ ପାଇଁ ନୂଆ ଯୋଜନା ଓ ନୂଆ ସୁଯୋଗ ଉପରେ ଫୋକସ୍‌ କରିବାର ସମୟ ହୋଇପାରେ।

ଚାକିରି ବଦଳାଇବାକୁ ଚାହୁଁଥିବା ଲୋକେ ନିଜ ଦକ୍ଷତା ବଢ଼ାଇବା ସହ ନୂଆ ବିକଳ୍ପ ଖୋଜିପାରନ୍ତି।

ବ୍ୟବସାୟୀଙ୍କୁ ନୂଆ ସମ୍ପର୍କ ଗଢ଼ିବା ଏବଂ ବ୍ୟବସାୟିକ ଯୋଜନା ଆଗକୁ ବଢ଼ାଇବାର ସୁଯୋଗ ମିଳିପାରେ।

ହେଲେ କୌଣସି ବଡ଼ ଆର୍ଥିକ ନିଷ୍ପତ୍ତି ନେବା ପୂର୍ବରୁ ସବୁ ଦିଗ ଭଲଭାବେ ଯାଞ୍ଚ କରିବା ଆବଶ୍ୟକ।

ତେବେ ମନେ ରଖନ୍ତୁ, ଏସବୁ ଜ୍ୟୋତିଷୀୟ ମାନ୍ୟତା ଉପରେ ଆଧାରିତ ଆକଳନ।

ପ୍ରତ୍ୟେକ ବ୍ୟକ୍ତିଙ୍କ ଜନ୍ମକୁଣ୍ଡଳୀ ଓ ଗ୍ରହଙ୍କ ସ୍ଥିତି ଅନୁସାରେ ଫଳ ଭିନ୍ନ ହୋଇପାରେ।

ତେଣୁ କେବଳ ରାଶିଫଳ ଦେଖି ଆର୍ଥିକ ନିଷ୍ପତ୍ତି ନନେଇ, ନିଜ ପରିଶ୍ରମ, ଯୋଜନା ଓ ବିବେକକୁ ଗୁରୁତ୍ୱ ଦିଅନ୍ତୁ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।