Light After Four Decades: ୪ ଦଶନ୍ଧି ପରେ ଆଲୁଅ ଦେଖିଲା ଆବୁଝମାଡ଼: ହଟିଲେ ନକ୍ସଲ, ବିକାଶ ଗତିଶୀଳ
ମାଲକାନଗିରି: ଚାରି ଦଶନ୍ଧି ଧରି ଥିଲା ନକ୍ସଲଙ୍କ ଦବ୍ଦବା। ପୁଲିସ ଓ ସୁରକ୍ଷା ବାହିନୀ ପଶି ପାରୁନଥିଲେ। ନକ୍ସଲ ହଟିବା ପରେ ଛତିଶଗଡ଼ର ଆବୁଝମାଡ଼ରେ ଆରମ୍ଭ ହୋଇଛି ବିକାଶର ନୂଆ ଅଧ୍ୟାୟ। ବର୍ଷ ବର୍ଷ ଧରି ଅନ୍ଧାରରେ ରହୁଥିବା ଗ୍ରାମବାସୀଙ୍କ ଘରେ ପହଞ୍ଚିଛି ବିଦ୍ୟୁତ୍ ସେବା। ଏଥି ସହିତ ଶିକ୍ଷା, ସ୍ୱାସ୍ଥ୍ୟ ଓ ଗମନାଗମନ କ୍ଷେତ୍ରରେ ମଧ୍ୟ ପରିବର୍ତ୍ତନ ଆସୁଛି। ଓଡ଼ିଶାର ମାଲକାନଗିରି ସମେତ ଛତିଶଗଡ଼, ତେଲେଙ୍ଗାନା ଓ ଆନ୍ଧ୍ରପ୍ରଦେଶ ସୀମାନ୍ତ ଅଞ୍ଚଳ, ବିଶେଷକରି ଛତିଶଗଡ଼ର ଆବୁଝମାଡ଼ ଇଲାକା ନକ୍ସଲଙ୍କ ପ୍ରମୁଖ ଆଶ୍ରୟସ୍ଥଳୀ ଭାବେ ପରିଚିତ ଥିଲା। ଘଞ୍ଚ ଜଙ୍ଗଲ ଓ ଦୁର୍ଗମ ପାହାଡ଼ ଘେରା ଏହି ଅଞ୍ଚଳର ୪୦୦ରୁ ଊର୍ଦ୍ଧ୍ବ ଗାଁ ବର୍ଷ ବର୍ଷ ଧରି ବିକାଶଠାରୁ ଦୂରରେ ରହିଥିଲା। ଫଳରେ ଗ୍ରାମବାସୀଙ୍କୁ ମୌଳିକ ସୁବିଧା ପାଇବା ପାଇଁ ମଧ୍ୟ ଅନେକ ସମସ୍ୟାର ସାମ୍ନା କରିବାକୁ ପଡ଼ୁଥିଲା।
Judgement: ଗୁରୁତର ଅପରାଧୀଙ୍କୁ ପ୍ରୋବେସନ୍ରେ ଛାଡ଼ିବା ନେଇ ସୁପ୍ରିମ୍କୋର୍ଟଙ୍କ ଭର୍ତ୍ସନା
ନକ୍ସଲ ପ୍ରଭାବ ଯୋଗୁଁ ଏହି ଅଞ୍ଚଳର ଅନେକ ଗାଁରେ ବିଦ୍ୟୁତ୍, ଶିକ୍ଷା, ସ୍ୱାସ୍ଥ୍ୟ ଓ ସଡ଼କ ଭଳି ମୌଳିକ ସୁବିଧା ପହଞ୍ଚିପାରିନଥିଲା। ଲୋକେ ରାତିରେ ଡିବିରି ଆଲୁଅ ଉପରେ ନିର୍ଭର କରୁଥିଲେ। ଆଧୁନିକ ଜୀବନର ଅନେକ ସୁବିଧା ସେମାନଙ୍କ ପାଇଁ ସ୍ୱପ୍ନ ହୋଇ ରହିଥିଲା। ନକ୍ସଲ ବିରୋଧୀ ଅଭିଯାନ ପରେ ଆବୁଝମାଡ଼ ଅଞ୍ଚଳରେ ପରିବର୍ତ୍ତନର ଚିତ୍ର ଦେଖିବାକୁ ମିଳୁଛି। ଛତିଶଗଡ଼ ସରକାରଙ୍କ ପକ୍ଷରୁ ଦୁର୍ଗମ ଗାଁ ଗୁଡ଼ିକରେ ସର୍ବେକ୍ଷଣ ସହ ବିକାଶମୂଳକ କାର୍ଯ୍ୟକୁ ଗୁରୁତ୍ୱ ଦିଆଯାଉଛି। ଧୀରେ ଧୀରେ ଗାଁ ଗୁଡ଼ିକୁ ସଡ଼କ, ଶିକ୍ଷା ଓ ସ୍ୱାସ୍ଥ୍ୟସେବା ପହଞ୍ଚାଇବା ସହ ବିଦ୍ୟୁତୀକରଣ କାର୍ଯ୍ୟ ଆଗକୁ ବଢ଼ୁଛି। ବିଦ୍ୟୁତ୍ ସଂଯୋଗୀକରଣ ପରେ ରାତିରେ ଆଲୁଅ ଦେଖି ଗ୍ରାମବାସୀ ଖୁସି ପ୍ରକାଶ କରିଛନ୍ତି। ମୋବାଇଲ୍ ଫୋନ୍ ଚାର୍ଜ ସହ ଦୈନନ୍ଦିନ ଜୀବନରେ ବିଦ୍ୟୁତ୍ର ବ୍ୟବହାର କରିବାର ସୁଯୋଗ ପାଇଛନ୍ତି ଲୋକେ। ଏହି ପରିବର୍ତ୍ତନ କେବଳ ବିଦ୍ୟୁତ୍ ସେବାରେ ସୀମିତ ନୁହେଁ। ବହୁ ବର୍ଷ ଧରି ବିକାଶଠାରୁ ଦୂରେଇ ରହିଥିବା ଆବୁଝମାଡ଼ର ଗାଁ ଗୁଡ଼ିକୁ ମୁଖ୍ୟସ୍ରୋତରେ ସାମିଲ କରିବା ପ୍ରଶାସନ ପାଇଁ ବଡ଼ ଆହ୍ୱାନ ହୋଇଛି।
Amitabh Bachchan: ଅମିତାଭ ବଚ୍ଚନଙ୍କ ବଙ୍ଗଳା, ଦିଲଜିତ ଦୋସାଞ୍ଝଙ୍କ କନସର୍ଟକୁ ଟାର୍ଗେଟ୍
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।