ସିନେମାରେ ମାନ୍ଦ୍ରାଜ ଦୁର୍ଭିକ୍ଷର କାହାଣୀ

Sep 15, 2026 - 16:25
ସିନେମାରେ ମାନ୍ଦ୍ରାଜ ଦୁର୍ଭିକ୍ଷର କାହାଣୀ

 

ବ୍ରିଟିଶ ଶାସନ ସମୟର ପୃଷ୍ଠଭୂମିରେ ନିର୍ମିତ ପିରିୟଡ୍ ଆକ୍ସନ୍ ଡ୍ରାମା 'ରଣବାଲୀ'ରେ ସୁପରଷ୍ଟାର୍ ବିଜୟ ଦେବରକୋଣ୍ଡା ଏବଂ ରଶ୍ମିକା ମନ୍ଦାନା ପୁଣି ଥରେ ଏକାଠି ନଜର ଆସିବାକୁ ଯାଉଛନ୍ତି । ଯାହାର ନିର୍ଦ୍ଦେଶନା ରାହୁଲ ସାଂକୃତ୍ୟାୟନ ଦେଉଛନ୍ତି । ଏହି ଚଳଚ୍ଚିତ୍ରରେ ବିଜୟ 'ରଣବାଲୀ' ଭୂମିକାରେ ଅଭିନୟ କରୁଥିବା ବେଳେ ରଶ୍ମିକା ତାଙ୍କ ପତ୍ନୀ  'ଜୟାମ୍ମା' ଭୂମିକାରେ ଅଭିନୟ କରୁଛନ୍ତି । ଏହି ଫିଲ୍ମର କାହାଣୀ  ୧୮୭୬ - ୧୮୭୮ର ଭୟଙ୍କର ଦୁର୍ଭିକ୍ଷ (ମାନ୍ଦ୍ରାଜ ଦୁର୍ଭିକ୍ଷ) ଉପରେ ଆଧାରିତ ।, ଯାହା ବ୍ରିଟିଶ ଶାସନ କାଳରେ ଦକ୍ଷିଣ ଓ ପଶ୍ଚିମ ଭାରତରେ କୋଟି କୋଟି ଲୋକଙ୍କ ଜୀବନ ନେଇଥିଲା । ଯଦିଓ ରଣବାଲୀ କୌଣସି ଐତିହାସିକ ବ୍ୟକ୍ତିଙ୍କର ପ୍ରତ୍ୟେକ୍ଷ ବାୟୋପିକ୍ ନୁହେଁ ଏବଂ ଏହାର ମୁଖ୍ୟ ଚରିତ୍ର କାଳ୍ପନିକ । ହେଲେ ଏହା ଦୁର୍ଭିକ୍ଷ, ଦୁଃଖକଷ୍ଟ ଓ ସାମାଜିକ ଅଶାନ୍ତି ମଧ୍ୟରେ ସାଧାରଣ ଲୋକଙ୍କ ବଞ୍ଚିବାର ସଂଗ୍ରାମ ଏବଂ ବ୍ରିଟିଶ ଶୋଷଣ ବିରୋଧରେ ସାହସିକ ପ୍ରତିରୋଧର କାହାଣୀକୁ ଦର୍ଶାଉଛି । ଫିଲ୍ମର ଟିଜରରେ ବିଜୟଙ୍କୁ ବ୍ରିଟିଶ ଅତ୍ୟାଚାର ବିରୋଧରେ ସ୍ୱର ଉତ୍ତୋଳନ କରୁଥିବା ଜଣେ ସାହସୀ ଯୋଦ୍ଧା ଭାବେ ଉପସ୍ଥାପିତ କରାଯାଇଛି, ଯାହା ଦର୍ଶକଙ୍କ ମଧ୍ୟରେ ଅତ୍ୟନ୍ତ ଉତ୍ସୁକତା ସୃଷ୍ଟି କରିଛି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।