ସିବିଆଇ ପଞ୍ଝାରେ ଏକଲବ୍ୟ ସ୍କୁଲ ପ୍ରିନ୍ସିପାଲ

Oct 08, 2026 - 16:36
ସିବିଆଇ ପଞ୍ଝାରେ ଏକଲବ୍ୟ ସ୍କୁଲ ପ୍ରିନ୍ସିପାଲ

ନୂଆପଡା : ଲାଞ୍ଚ ନେବା ଅଭିଯୋଗରେ ସିବିଆଇ ହାତରେ ଧରାପଡ଼ିଛନ୍ତି ନୂଆପଡ଼ା ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟ (EMRS) ର ଅଧ୍ୟକ୍ଷ (ପ୍ରିନ୍ସିପାଲ)। ୧୨ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ସ୍କୁଲ୍‌ ପ୍ରିନ୍ସପାଲ୍‌ ସି. କ୍ରିଷ୍ଣାମୂର୍ତ୍ତି ନାଇଡୁଙ୍କୁ ଧରିଲା CBI  ଟିମ୍‌ । ବିଦ୍ୟାଳୟରେ କାର୍ଯ୍ୟରତ ଜଣେ ମହିଳା ସ୍ୱାସ୍ଥ୍ୟକର୍ମୀଙ୍କ ଚାକିରି ଅବଧି ବୃଦ୍ଧି ପାଇଁ ସୁପାରିଶ କରିବାକୁ ପ୍ରିନ୍ସିପାଲ ୨୦,୦୦୦ ଟଙ୍କା ଲାଞ୍ଚ ମାଗିଥିଲେ। ପରେ ଦରକଷାକଷି ହୋଇ ୧୨,୦୦୦ ଟଙ୍କା ଦେବାକୁ ଚୂଡ଼ାନ୍ତ ହୋଇଥିଲା।

ଏନେଇ ଅଭିଯୋଗକାରିଣୀ ସିବିଆଇ ର ଦ୍ୱାରସ୍ଥ ହୋଇଥିଲେ । ପରେ ଯୋଜନା ମୁତାବକ   ଅକ୍ଟୋବର ୭ ତାରିଖରେ ମହିଳାଙ୍କଠାରୁ ୧୨,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ସିବିଆଇ ଟିମ୍ ଅଧ୍ୟକ୍ଷଙ୍କୁ ରେଡ୍‌ ହ୍ୟାଣ୍ଡେଡ୍‌ କାବୁ କରିବା ସହ ଟଙ୍କା ଜବତ କରିଛି । ଏହି ମାମଲାରେ ସମ୍ପୃକ୍ତ ଅଧ୍ୟକ୍ଷଙ୍କୁ ଗିରଫ କରାଯାଇଥିବାବେଳେ ବର୍ତ୍ତମାନ ଏହାର ଅଧିକ ତଦନ୍ତ ଜାରି ରହିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।