ସୁଇମିଂ ପୁଲ୍ରେ ହକି ଖେଳ
ହଂକଂରେ ବିଭିନ୍ନ ଦେଶର ଖେଳାଳିମାନଙ୍କୁ ନେଇ ଏକ ପାଣି ଭିତରେ ହକି ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଛି । ଯେଉଁଥିରେ ଖେଳାଳିମାନେ ସୁଇମିଂ ପୁଲ୍ର ତଳେ ରହି ସ୍ନୋର୍କେଲ୍ ମାସ୍କ, ପାଦରେ ଫିନ୍ ଓ ହାତରେ ଛୋଟ ହକି ଷ୍ଟିକ୍ ସାହାଯ୍ୟରେ ଏକ ଓଜନିଆ ଛୋଟ ଡିସ୍କକୁ ବିରୋଧୀ ଦଳର ଗୋଲ୍ ମଧ୍ୟକୁ ପଠାଇବା ପାଇଁ ପ୍ରତିଯୋଗିତା କରିଥାନ୍ତି । ତେବେ ଖେଳିବା ସମୟରେ ଶ୍ୱାସକ୍ରିୟା ପାଇଁ ସେମାନଙ୍କୁ ବାରମ୍ବାର ପାଣିର ଉପରିଭାଗକୁ ଆସିବାକୁ ପଡ଼ିଥାଏ । ପ୍ରତ୍ୟେକ ଦଳରେ ୬ ଜଣ ଖେଳାଳି ଥିବାବେଳେ କୌଣସି ଗୋଲ୍କିପର ନଥାଆନ୍ତି । ଏହି ୩୦ ମିନିଟିଆ ମ୍ୟାଚରେ ୧୫ - ୧୫ ମିନିଟ୍ର ଦୁଇଟି ହାଫ୍ ଏବଂ ୩ ମିନିଟ୍ର ବ୍ରେକ ରହିଥାଏ । ପ୍ରଥମେ ଗୋତାଖୋରମାନଙ୍କ ଫିଟ୍ନେସ୍ ବଜାୟ ରଖିବା ପାଇଁ ୧୯୫୪ ମସିହାରେ ଇଂଲଣ୍ଡରେ ଏହି ଖେଳ ଆରମ୍ଭ ହୋଇଥିବାଲା । ବର୍ତ୍ତମାନ ଏହା ଆନ୍ତର୍ଜାତୀୟ ସ୍ତରରେ ଖେଳାଯାଉଛି ଏବଂ ୨୦୧୯ରେ ଏହାକୁ ଦକ୍ଷିଣ-ପୂର୍ବ ଏସୀୟ କ୍ରୀଡ଼ାରେ ମଧ୍ୟ ସାମିଲ କରାଯାଇଥିଲା ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।