ସୁନା ମୋଦକ
ଗଣେଶ ଚତୁର୍ଥୀ ଅବସରରେ ନାସିକର ବିଦ୍ୟା ବିକାଶ ସର୍କଲ ସ୍ଥିତ 'ସାଗର ସ୍ୱିଟ୍ସ' ନାମକ ଏକ ମିଠା ଦୋକାନରେ ଭଗବାନ ଗଣେଶଙ୍କ ପ୍ରିୟ 'ଗୋଲ୍ଡେନ୍ ମୋଦକ' ପ୍ରସ୍ତୁତ କରାଯାଇଛି । ଏହାର ମୂଲ୍ୟ କିଲୋଗ୍ରାମ ପ୍ରତି ୨୭,୦୦୦ ଟଙ୍କା ରହିଛି । ଖାଇବା ଯୋଗ୍ୟ ସୁନା ଦ୍ୱାରା ଆଚ୍ଛାଦିତ ଏହି ପ୍ରସିଦ୍ଧ ପାରମ୍ପରିକ ମିଠା ସୋସିଆଲ ମିଡିଆରେ ଭାଇରାଲ ହେବା ସହ ଗ୍ରାହକଙ୍କ ମଧ୍ୟରେ ବିଶେଷ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି । ଭାରତସାରା ଧୁମଧାମରେ ଗଣେଶ ପୂଜା ପାଳିତ ହୋଇଥାଏ । ଗଣେଶଙ୍କ ପାଖରେ ବିଭିନ୍ନ ପ୍ରକାରର ଭୋଗ ଅପର୍ଣ ହେଉଥିବାବେଳେ ସବୁଠାରୁ ପ୍ରସିଦ୍ଧ ଭୋଗ ହେଉଛି ମୋଦକ । ତେଣୁ ପ୍ରତିବର୍ଷ ବିଭିନ୍ନ ପ୍ରକାରର ମୋଦକ ପ୍ରସ୍ତୁତ କରାଯାଇ ଗଣେଶଙ୍କ ପାଖରେ ଅର୍ପଣ କରାଯାଇଥାଏ ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।