ମହାକାଶରେ ସ୍ବାସ୍ଥ୍ୟ ପରୀକ୍ଷା
ମହାକାଶଚାରୀ ଅନିଲ ମେନନ୍ ଆନ୍ତର୍ଜାତୀୟ ମହାକାଶ ଷ୍ଟେସନରେ ବୈଜ୍ଞାନିକ କାର୍ଯ୍ୟ କିପରି ସମ୍ପାଦିତ ହୁଏ, ସେ ନେଇ ଏକ ଅଲ୍ଟ୍ରାସାଉଣ୍ଡ ପ୍ରଦର୍ଶନର ଭିଡିଓ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ସେ ସ୍ପଷ୍ଟ କରିଛନ୍ତି ଯେ ଏହି ପ୍ରକ୍ରିୟାରେ ଜଣେ ବ୍ୟକ୍ତି ଅଲ୍ଟ୍ରାସାଉଣ୍ଡ ପରିଚାଳନା କରୁଥିବା ବେଳେ ଅନ୍ୟ ଜଣେ ଏହାର ନିୟନ୍ତ୍ରଣ ବୋର୍ଡ ସମ୍ଭାଳିଥାନ୍ତି । ଏଥିସହ ଜଣେ ରିମୋଟ୍ ଗାଇଡର୍ ଏବଂ ଡାକ୍ତରୀ ଦଳ ସଠିକ୍ ଚିତ୍ର ଆସୁଛି କି ନାହିଁ ତାହା ସୁନିଶ୍ଚିତ କରିବା ସହ ଆବଶ୍ୟକ ସ୍ଥଳେ ତୁରନ୍ତ ତାହାର ଆକଳନ କରନ୍ତି । ବୈଜ୍ଞାନିକ ଓ ଡାକ୍ତରମାନଙ୍କ ମତରେ, ମହାକାଶର ଶୂନ୍ୟ ମାଧ୍ୟାକର୍ଷଣ ରକ୍ତସଞ୍ଚାଳନକୁ ପ୍ରଭାବିତ କରି ମହାକାଶଚାରୀଙ୍କ ଶରୀରରେ ରକ୍ତ ଜମାଟ ବାନ୍ଧିବାର ବିପଦ ସୃଷ୍ଟି କରିପାରେ । ମେନନ୍ଙ୍କ ଏହି ପୋଷ୍ଟରେ ମହାକାଶରେ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଆବଶ୍ୟକ ମିଳିତ ପ୍ରଚେଷ୍ଟା, ଆଧୁନିକ ପ୍ରଯୁକ୍ତିବିଦ୍ୟା ଏବଂ ଡାକ୍ତରମାନଙ୍କର ସହଯୋଗ ଦେଖିବାକୁ ମିଳିଛି । ତେବେ ଏହା ଦୀର୍ଘକାଳୀନ ମହାକାଶ ଅଭିଯାନ ସମୟରେ ମହାକାଶଚାରୀଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।