ସୁବର୍ଣ୍ଣରେଖା ରେ ଭାସି ଯାଇ ପର୍ଯ୍ୟଟକ ମୃତ, ୨ ନାବାଳକ ନିଖୋଜ

Oct 03, 2026 - 15:58
ସୁବର୍ଣ୍ଣରେଖା ରେ ଭାସି ଯାଇ ପର୍ଯ୍ୟଟକ ମୃତ, ୨ ନାବାଳକ ନିଖୋଜ

ବାଲେଶ୍ୱର/ଜଳେଶ୍ୱର  : ଆଜି ଗୋଟିଏ ଦିନରେ ବାଲେଶ୍ୱର ଜିଲ୍ଲା ଦେଇ ପ୍ରବାହିତ ସୁବର୍ଣ୍ଣରେଖାରେ ଘଟିଛି ୩ଟି ଅଘଟଣ । ବାଲେଶ୍ୱର ଜିଲା ବସ୍ତା ଥାନା ଅନ୍ତର୍ଗତ ରାଜଘାଟ ନିକଟରେ ସୁବର୍ଣ୍ଣରେଖା ନଦୀରେ ଗାଧୋଇବା ବେଳେ ଜଣେ ଅଣ ଓଡ଼ିଆ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଥିବାବେଳେ ଆଉ ୨ଜଣ ନାବାଳକ ଭାସିଯାଇ ନିଖୋଜ ହୋଇଯାଇଥିଲେ । ପରବର୍ତ୍ତୀ ସମୟରେ ଜଣେ ନାବାଳକଙ୍କ ଉଦ୍ଧାର କରାଯାଇଥିବାବେଳେ ଆଉ ଜଣେ ବର୍ତ୍ତମାନ ସୁଦ୍ଧା ନିଖୋଜ ଅଛନ୍ତି । 

ଘଟନାନୁସାରେ, ଉତ୍ତରପ୍ରଦେଶର ଅଶୋକ ପାଠକ ପରିବାର ସହିତ ଅଯୋଧ୍ୟାରୁ ପୁରୀ ଜଗନ୍ନାଥ ମନ୍ଦିର ଦର୍ଶନ ପାଇଁ ଆସିଥିବା ବେଳେ ଆଜି ସକାଳେ ରାଜଘାଟ ନିକଟରେ ନଦୀରେ ଗାଧୋଉଥିଲେ । ତେବେ ପ୍ରଖର ପାଣି ସ୍ରୋତରେ ତାଙ୍କ ଗୋଡ଼ ଖସି ଯିବାରୁ ନଦୀରେ ବୁଡ଼ି ନିଖୋଜ ହୋଇଯାଇଥିଲେ । ଖବର ପାଇ ଅଗ୍ନିଶମ ବାହିନୀ ଏବଂ ଓଡ୍ରାଫ ଟିମ୍‌ ପକ୍ଷରୁ ଖୋଜାଖୋଜି ଜାରି ରହିଥିଲା । ଦୀର୍ଘ ସମୟ ପରେ ନଦୀରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇ କୂଳକୁ ଅଣାଯାଇଥିଲା । ବସ୍ତା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଜାରି ରଖିଛି । ଏ ନେଇ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ଅଶୋକଙ୍କର ଅଚାନକ ମୃତ୍ୟୁରେ ପୁରା ପରିବାର ସ୍ତବ୍ଧ ହୋଇଯାଇଛନ୍ତି । କିଛି ସମୟ ପାଇଁ ନଦୀ କୂଳରେ ପରିବାର ଲୋକଙ୍କ କାନ୍ଦ ବୋବାଳୀରେ ଅତ୍ୟନ୍ତ ହୃଦୟବିଦାରକ ପରିସ୍ଥିତି ସୃଷ୍ଟି ହୋଇଥିଲା । 

 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।