ସେଲ୍ଫି ନେବା ବେଳେ ନଦୀକୁ ଖସି ୨ ନିଖୋଜ

Sep 26, 2026 - 11:34
ସେଲ୍ଫି ନେବା ବେଳେ ନଦୀକୁ ଖସି ୨ ନିଖୋଜ

ନବରଙ୍ଗପୁର/ନରସିଂହପୁର : ସେଲ୍ଫି ନେବା ହେଲା କାଳ। ସେଲ୍ଫି ନେବା ବେଳେ ଭରା ନଦୀକୁ ଖସିପଡ଼ି ଜଣେ ମହିଳା ନିଖୋଜ ହୋଇଯାଇଛନ୍ତି । ନବରଙ୍ଗପୁର ସ୍ଥିତ ଇନ୍ଦ୍ରାବତୀ ନଦୀ ପୋଲ ଉପରୁ ସେଲ୍ଫି ନେବାବେଳେ ଏହି ଅଘଟଣ ଘଟିଛି ।

ଖବର ଅନୁଯାୟୀ, ନିଖୋଜ ମହିଳା ଜଣକ ହେଲେ ନବରଙ୍ଗପୁର ସହର ମେଦରୀ ସାହିର ସିରିସା ନାଏକ। ଶୁକ୍ରବାର ବନ୍ୟା ପାଣି ଦେଖିବାକୁ ପରିବାର ସହ ନବରଙ୍ଗପୁର ଇନ୍ଦ୍ରାବତୀ ନଦୀକୁବନ୍ୟା ପାଣି ଦେଖିବାକୁ ଯାଇଥିଲେ । ପୋଲ ଉପରେ ସେଲ୍ଫି ନେଉଥିବା ସମୟରେ ହଠାତ୍ ଅସାବଧାନତା ବଶତଃ ତାଙ୍କ ଗୋଡ଼ ଖସିଯାଇଥିଲା ଏବଂ ସେ ନଦୀର ପ୍ରବଳ ସ୍ରୋତରେ ଭାସିଯାଇଥିଲେ। ଘଟଣାସ୍ଥଳରେ ରେସ୍କ୍ୟୁ ଟିମ ପହଞ୍ଚି ଉଦ୍ଧାର କାର୍ଯ୍ଯ ଚଳାଇଛନ୍ତି । କିନ୍ତୁ ବର୍ତ୍ତମାନ ସୁଦ୍ଧା ତାଙ୍କର କୌଣସି ସନ୍ଧାନ ମିଳିନାହିଁ। ନଦୀରେ ଅକାତକାତ ପାଣି ଏବଂ ଅନ୍ଧାର ହୋଇଯାଇଥିବାରୁ କାଲି ରାତିରେ ଉଦ୍ଧାର ସମ୍ଭବ ହୋଇନଥିଲ । ଆଜି ପୁଣି ସକାଳୁ ରେସ୍କ୍ଯୁ ଅପରେସନ ଜାରି ରହିଛି ।

ସେହିପରି, କଟକ ଜିଲ୍ଲା ନରସିଂହପୁରର ସିଧାମୂଳା ସେତୁ ଉପରେ ସେଲ୍ଫି ନେବା ବେଳେ ମଧ୍ୟ ଜଣେ ଯୁବକ ମହାନଦୀକୁ ଖସି ନିଖୋଜ ହୋଇଯାଇଥିବା ସୂଚନା ମିଳିଛି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।