ହାଇଟେକ୍ ମେଡିକାଲରେ ବିଶ୍ବ ଫାର୍ମାସି ଦିବସ ପାଳିତ
ଭୁବନେଶ୍ବର : ହାଇଟେକ୍ ମେଡିକାଲ୍ କଲେଜ ଓ ହସପିଟାଲ ପରିସରରେ, ହାଇଟେକ୍ ଫାର୍ମାସି କଲେଜ୍ ଦ୍ବାରା ଭରପୁର ପ୍ରେକ୍ଷାଳୟରେ ବିଶ୍ବ ଫାର୍ମାସି ଦିବସ ମହାସମାରୋହରେ ପାଳିତ ହୋଇଛି । ଚଳିତବର୍ଷର ଥିମ୍ ରହିଛି, ସଶକ୍ତ ଫାର୍ମାସି ସୁନିଶ୍ଚିତ ଭବିଷ୍ୟତ ସ୍ବାସ୍ଥ୍ୟସେବା। ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ହାଇଟେକ୍ ଗ୍ରୁପର ପ୍ରତିଷ୍ଠାତା ଅଧ୍ୟକ୍ଷ ଡକ୍ଟର ତିରୁପତି ପାଣିଗ୍ରାହୀ କହିଛନ୍ତି , ବିଶ୍ବ ଫାର୍ମାସି ଦିବସରେ ପ୍ରତ୍ୟକ ଫାର୍ମାସି ଛାତ୍ରଛାତ୍ରୀ ପ୍ରଥମେ ଭଲ ମଣିଷ ହେବାକୁ ସଦା ସର୍ବଦା ଉଦ୍ୟମ କରିବା ଆବଶ୍ୟକ । କାରଣ ଜଣେ ଭଲ ମଣିଷ ହିଁ ଜୀବନରେ ପୂର୍ଣ୍ଣତା ଲାଭ କରିଥାଏ । ନିଜ କର୍ମକୁ ସେବା ମାଧ୍ୟମରେ ଏମିତି କିଛି କରିବା ଆବଶ୍ୟକ ଯାହାକି ପରିବାର ପାଇଁ ଗର୍ବ ଓ ଗୌରବ ଆଣିଦେବ। ସେହିପରି ସମ୍ମାନୀତ ଅତିଥି ଭାବରେ ଯୋଗଦେଇ ଭାରତ ବାୟୋଟେକ୍ ର ସଭାପତି ଡକ୍ଟର ରଜତ କୁମାର ମହାପାତ୍ର ଆସନ୍ତାଦିନରେ ଫାର୍ମାସି ରେ କ୍ୟାରିୟର କରିବାକୁ ଚାହୁଁଥିବା ଛାତ୍ରଛାତ୍ରୀଙ୍କ ପାଇଁ ବିଶ୍ବ ବଜାର ଖୋଲା ରହିଛି ବୋଲି କହିଥିଲେ।
ସମ୍ମାନୀତ ଅତିଥି ଭାବେ କ୍ୟାପିଟାଲ୍ ହସ୍ପିଟାଲର ଫାର୍ମାସି ବିଭାଗ ମୁଖ୍ୟ ଭାନୁପ୍ରସାଦ ମିଶ୍ର ଯୋଗଦେଇ ନିଜର ଲମ୍ବା କ୍ୟାରିୟରର ଅନୁଭୂତି ବାଣ୍ଟିଥିଲେ। ଫାର୍ମାସି କଲେଜର ୱାର୍କିଂ ଚେୟାରମ୍ୟାନ ତଥା ଟ୍ରଷ୍ଟି ସାବିତ୍ରୀ ପାଣିଗ୍ରାହୀ, ହାଇଟେକ୍ କଲେଜ୍ ଓ ହସପିଟାଲର ମେଡିକାଲ ସୁପରିଟେଣ୍ଡେଣ୍ଟ ତଥା ପ୍ରାଶାସନିକ ନିର୍ଦ୍ଦେଶକ ପ୍ରଫେସର ସୀତାରାମ ମହାପାତ୍ର,ସିଓଓ ଜ୍ୟୋର୍ତୀମୟ ପଣ୍ଡା, ମୁଖ୍ୟ ପ୍ରାଶାସନିକ ଅଧିକାରୀ ମାଲକିନ୍ ବେହେରା,ଫାର୍ମାସି କଲେଜ ଅଧ୍ୟକ୍ଷ ଡକ୍ଟର ପ୍ରସନ୍ନ କର, ଉପାଧ୍ୟକ୍ଷ ବବିତା ସାହୁ, ଷ୍ଟୋର ଆଣ୍ଡ ପରଚେଚ୍ ବିଭାଗ ନିର୍ଦ୍ଦେଶକ ଗିରିଶ ପାତ୍ର, ପ୍ରମୁଖ ମଞ୍ଚାସୀନ ଥିଲେ।
ଫାର୍ମାସି କଲେଜ୍ ର ଅଧ୍ୟାପକ ଡକ୍ଟର ନମିତ ନାୟକ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ମଞ୍ଚ ପରିଚାଳନା କରିଥିଲେ ଶୁଭମ କୁମାର ଓଝା ଓ ଶୁଭଲକ୍ଷ୍ମୀ ପ୍ରିୟଦର୍ଶିନୀ ମାଝୀ। କାର୍ଯ୍ୟକ୍ରମ ଶେଷରେ ଫାର୍ମାସି ଛାତ୍ରଛାତ୍ରୀଙ୍କ ଦ୍ବାରା ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।