୧୦୦ ବର୍ଷ ପରେ ମିଳିଲା ନୂଆ ବିଲେଇ ପ୍ରଜାତି

Sep 19, 2026 - 05:11
୧୦୦ ବର୍ଷ ପରେ ମିଳିଲା ନୂଆ ବିଲେଇ ପ୍ରଜାତି

"ଘଞ୍ଚ ଜଙ୍ଗଲରେ ଆଜି ବି ପ୍ରକୃତିର ଅନେକ ରହସ୍ୟ ଲୁଚି ରହିଛି।

ଏହାର ଏକ ଚମତ୍କାର ଉଦାହରଣ ହେଉଛି ବଲିଭିଆରେ ମିଳିଥିବା ଏକ ଛୋଟ ଜଙ୍ଗଲୀ ବିଲେଇ।

ବୈଜ୍ଞାନିକମାେନ ଏହି ବିଲେଇକୁ ପ୍ରଥମେ ସାଧାରଣ "ଟାଇଗର କ୍ୟାଟ୍‌" ବୋଲି ଭାବିଥିଲେ।

କିନ୍ତୁ ଡିଏନ୍‌ଏ ପରୀକ୍ଷା ପରେ ଜଣାପଡ଼ିଲା, ଏହା ଏକ ସମ୍ପୂର୍ଣ୍ଣ ନୂଆ ପ୍ରଜାତି।Advertisment Tanishq: ତନିସ୍କ ବାଏ ରିଭା ପକ୍ଷରୁ ବାହାଘର ଗହଣା ସମ୍ଭାର "ୱେଡିଂ ସି‌ଗ୍‌ନେଚର୍ସ" ଏହି ବିଲେଇର ବୈଜ୍ଞାନିକ ନାମ "ଲିଓପାର୍ଡସ୍ ଟିଲ୍‌କାୟୋ"।

ସ୍ଥାନୀୟ ଲୋକେ ଏହାକୁ "ଟିଲ୍‌କାୟୋ" ନାମରେ ଜାଣନ୍ତି।

ଏହା ପ୍ରାୟ ୧୮ ଇଞ୍ଚ ଲମ୍ବା ଓ ଓଜନ ପାଖାପାଖି ୩ ପାଉଣ୍ଡ।

ଅର୍ଥାତ୍‌ ସାଧାରଣ ଗୃହପାଳିତ ବିଲେଇଠାରୁ ମଧ୍ୟ ଏହା ଛୋଟ।

ଏହାର ଶରୀରରେ ଚିତାବାଘ ଭଳି ଦାଗ ଏବଂ ଛୋଟ ଓ ଗୋଲାକାର କାନ ରହିଛି।

୨୦୧୬ରେ ବଲିଭିଆର ଜଣେ ବ୍ୟକ୍ତି ଜଙ୍ଗଲ ନିକଟ ରାସ୍ତାରୁ ଏହି ବିଲେଇ ଛୁଆକୁ ପାଇ ଘରକୁ ନେଇଥିଲେ।

ପରେ ଏହା ବନ୍ୟପ୍ରାଣୀ ବୋଲି ଜାଣି ଏକ ଆଶ୍ରୟସ୍ଥଳୀକୁ ହସ୍ତାନ୍ତର କରିଦେଇଥିଲେ।

ବୈଜ୍ଞାନିକ ପାଓଲା ନୋଗାଲେସ୍-ଆସ୍କାରୁଞ୍ଜ ଏହାକୁ ଦେଖିବା ପରେ ପ୍ରଥମେ ଏହାର ଅସାଧାରଣ ଦାଗ ଉପରେ ତାଙ୍କ ଧ୍ୟାନ ଆକର୍ଷିତ ହୋଇଥିଲା।

Tanishq: ତନିସ୍କ ବାଏ ରିଭା ପକ୍ଷରୁ ବାହାଘର ଗହଣା ସମ୍ଭାର "ୱେଡିଂ ସି‌ଗ୍‌ନେଚର୍ସ" ପରେ ୩୮ଟି ବିଲେଇର ଜେନେଟିକ୍‌ ତଥ୍ୟ ବିଶ୍ଳେଷଣ କରି ଗବେଷକମାନେ ନିଶ୍ଚିତ ହେଲେ ଯେ "ଟିଲ୍‌କାୟୋ" ଅନ୍ୟ ଟାଇଗର କ୍ୟାଟ୍‌ଠାରୁ ଗୁଣସୂତ୍ର ଦୃଷ୍ଟିରୁ ଭିନ୍ନ।

ଗବେଷଣା ଅନୁସାରେ ଏହାର ବଂଶ ଅନ୍ୟ ଟାଇଗର କ୍ୟାଟ୍‌ଠାରୁ ପ୍ରାୟ ୧୪ ଲକ୍ଷ ବର୍ଷ ପୂର୍ବେ ଅଲଗା ହୋଇଥିଲା।

ପ୍ରାୟ ୧୦୦ ବର୍ଷ ପରେ ଏହି ନୂଆ ପ୍ରଜାତି ଆବିଷ୍କୃତ ହୋଇଛି।

୧୯୨୩ରେ ପମ୍ପାସ୍‌ କ୍ୟାଟ୍‌ ଚିହ୍ନଟ ହେବା ପରେ ଏହା ପ୍ରଥମ ନୂଆ ଜୀବିତ ବିଲେଇ ପ୍ରଜାତି, ଯାହାକୁ ବୈଜ୍ଞାନିକ ଭାବେ ନାମିତ ଓ ବର୍ଣ୍ଣନା କରାଯାଇଛି।

ବର୍ତ୍ତମାନ ଏହି ବିଲେଇ ବଲିଭିଆର ୟୁଙ୍ଗାସ୍‌ ଜଙ୍ଗଲ ଅଞ୍ଚଳରେ ଦେଖାଯାଉଛନ୍ତି।

କିନ୍ତୁ ଜଙ୍ଗଲରେ ଏହାର ସଂଖ୍ୟା କେତେ, କ"ଣ ଖାଏ ଏବଂ କିପରି ବଂଶବୃଦ୍ଧି କରେ ଏନେଇ ଏବେ ବି ଅନେକ ତଥ୍ୟ ଅଜଣା।

ତେଣୁ ଏହି ନୂଆ ପ୍ରଜାତିର ସୁରକ୍ଷା ଉପରେ ବୈଜ୍ଞାନିକମାନେ ଗୁରୁତ୍ୱ ଦେଉଛନ୍ତି।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।