୫୦ ଫୁଟ ଯାଏଁ ଧସିଲା ଲୁଣାଘେରି ବନ୍ଧ ରାସ୍ତା

Sep 22, 2026 - 14:40
୫୦ ଫୁଟ ଯାଏଁ ଧସିଲା ଲୁଣାଘେରି ବନ୍ଧ ରାସ୍ତା

କେନ୍ଦ୍ରାପଡା : କେନ୍ଦ୍ରାପଡା କାଠଗଣ୍ଡ ନିକଟରେ ଅଘଟଣ । ଲଗାଣ ବର୍ଷାରେ ୫୦ ଫୁଟ ଯାଏଁ ଧସିଲା ଲୁଣାଘେରି ବନ୍ଧ ରାସ୍ତା । ରାଜନଗର ଠାରୁ ଗୋପାଳପୁର ପର୍ଯ୍ୟନ୍ତ ପ୍ରାୟ ୧୫ କି.ମି. ପର୍ଯ୍ୟନ୍ତ ରାସ୍ତା ପାଇଁ ୧୫କୋଟି ଟଙ୍କା ବ୍ୟୟ କରାଯାଇ ଲୁଣା ଘେରିବନ୍ଧ ରାସ୍ତା ନିର୍ମାଣ କରାଯାଇଥିଲା । ରାସ୍ତା ନିର୍ମାଣର ମାତ୍ର ବର୍ଷେ ହୋଇଥିବାବେଳେ ନିମ୍ନ ମାନର କାମ ପାଇଁ ଏହା ଧସି ଯାଇଥିବା ଅଭିଯୋଗ ହୋଇଛି ।

ସେପଟେ, ଲଘୁଚାପ ପରାଭବରେ ରାଜନଗରରେ ଅଶାନ୍ତ ରହିଛି ସମୁଦ୍ର ଏବଂ ସମୁଦ୍ର କୂଳରେ ନିର୍ମଣାନ ହୋଇଥିବା ଏହି ରାସ୍ତାଟି  ଧସି ଯାଇଥିବାରୁ ଭୟଭୀତ ଅବସ୍ଥାରେ ଅଛନ୍ତି ସମୁଦ୍ରକୂଳିଆ ଲୋକ I ତୁରନ୍ତ ଏହି  ଲୁଣା ଘେରିବନ୍ଧ ରାସ୍ତା ର ମରାମତି ପାଇଁ ଲୋକେ ଦାବି କରିଛନ୍ତି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।