ପଣସ ମଞ୍ଜି ପାଳଙ୍ଗ ସାମ୍ବର

Sep 21, 2026 - 16:09
ପଣସ ମଞ୍ଜି ପାଳଙ୍ଗ ସାମ୍ବର

 

ସାମଗ୍ରୀ - ହରଡ ଡାଲି ଅଧା କପ, ଗୋଟିଏ କପ ପାଳଙ୍ଗ ସିଝା, ଏକ କପ ପଣସ ମଞ୍ଜି, ଏକ କପ୍ସଜନାଛୁଇଁ, ଅଧା କପ ଛୋଟ ପିଆଜ, ଅଳ୍ପ ନଡିଆ କୋରା, ୨ଚାମଚ ସାମ୍ବର ପାଉଡର, ଏକ ଚାମଚ ସୋରିଷ, ୨ଟା ଶୁଖିଲା ଲଙ୍କା, ଏକ ଚାମଚ ମେଥି, ଭୃସଙ୍ଗପତ୍ର ଅଳ୍ପ, ଏକ ଚାମଚ ନଡିଆ ତେଲ, ଦୁଇ ଚାମଚ ତେନ୍ତୁଳି ରସ, ଏକ କପ ଟମାଟୋ କଟା, ଏକ କପ ଭେଣ୍ଡି, ଲୁଣ ସ୍ୱାଦ ଅନୁସାରେ ।

ପ୍ରଣାଳୀ- ଗୋଟିଏ ପ୍ରେସରକୁକୁରରେ ଡାଲି, ପଣସ ମଞ୍ଜି ଓ ପାଣି ଦେଇ ୨ଟି ସିଟି ଦେଇ ସିଝାଇ ନିଅନ୍ତୁ । ଗୋଟିଏ ପ୍ୟାନ ବସାଇ ସେଥିରେ ନଡିଆ କୋରାରେ ସାମ୍ବର ପାଉଡର ପକାଇ ଭାଜନ୍ତୁ । ପାଣି ମିଶାଇ ଏହି ଭଜାର ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ । ଟମାଟ ଓ ଭେଣ୍ଡିକୁ ଅଲଗା ଭାଜି କାଢନ୍ତୁ । ସେହିଭଳି ପ୍ରେସରକୁକର୍ରେ ସଜନାଛୁଇଁ, ପାଳଙ୍ଗ ସିଝା ଓ ଛୋଟପିଆଜ ମିଶାଇ କିଛି ସମୟ ରାନ୍ଧନ୍ତୁ । ପ୍ରେସରକୁକର୍ରେ ଥିବା ମିଶ୍ରଣ ଫୁଟିବା ଆରମ୍ଭ କଲେ ସେଥିରେ ନଡିଆ ବଟାକୁ ମିଶାନ୍ତୁ । କିଛି ସମୟ ଫୁଟିବା ପରେ ଏଥିରେ ଭଜା ଭେଣ୍ଡି ଓ ଟମାଟୋ ପକାନ୍ତୁ । କିଛି ସମୟ ପରେ ତେନ୍ତୁଳି ରସ ପକାଇ ଫୁଟାନ୍ତୁ । ସେହିପରି ଆଉ ଏକ ପ୍ୟାନ୍ରେ ନଡିଆ ତେଲରେ ସୋରିଷ, ଭୃସଙ୍ଗପତ୍ର ଓ ଛୋଟ ପିଆଜ ପକାଇ ଭାଜନ୍ତୁ । ଏହି ଫୁଟଣକୁ ପୂର୍ବରୁ ପ୍ରସ୍ତୁତ ସାମ୍ବରରେ ପକାଇ ପ୍ରସ୍ତୁତ କରନ୍ତୁ ପଣସ ମଞ୍ଜି ପାଳଙ୍ଗ ସାମ୍ବର ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।