₹1 Crore Mobile Loot: କୋଟିଏ ଟଙ୍କାର ମୋବାଇଲ୍ ଲୁଟ୍, ସଟର କାଟି ଲୁଟିନେଲେ ଦୁର୍ବୃତ୍ତ

Aug 18, 2026 - 14:11
₹1 Crore Mobile Loot: କୋଟିଏ ଟଙ୍କାର ମୋବାଇଲ୍ ଲୁଟ୍, ସଟର କାଟି ଲୁଟିନେଲେ ଦୁର୍ବୃତ୍ତ

ସଟର କାଟିଲେ, ସିସିଟିଭି ଭାଙ୍ଗିଲେ। କୋଟିଏ ଟଙ୍କାର ମୋବାଇଲ୍ ସହ ଦେଢ ଲକ୍ଷ ଟଙ୍କା ଲୁଟି ନେଲେ। ପୁରୀ ଜିଲ୍ଲା ଅସ୍ତରଙ୍ଗରୁ ଆସିଛି ଏଭଳି ଅଭିଯୋଗ। ଅସ୍ତରଙ୍ଗ ବଜାରର ଏକ ମୋବାଇଲ ଦୋକାନରୁ ଲୁଟ ହୋଇଥିବା ଅଭିଯୋଗ ହୋଇଛି। ସକାଳୁ ଦୋକାନ ଖୋଲିବା ପାଇଁ ଆସିବା ବେଳେ ସଟର ଭଙ୍ଗା ଯାଇଥିବା ଦେଖିବାକୁ ପାଇଥିଲେ ଦୋକାନ ମାଲିକ ଦେବେନ୍ଦ୍ର ମହାନ୍ତି।

ଆଇ ଫୋନ ସହ ଅନ୍ୟ ଦାମୀ ମୋବାଇଲ, ମୋବାଇଲ ଆସେସୋରିଜ ଏବଂ ଦେଢ ଲକ୍ଷ ଟଙ୍କା ଦୁର୍ବୃତ୍ତମାନେ ସବୁ ଲୁଟି ନେଇଥିବା ଅଭିଯୋଗ କରିଛନ୍ତି ଦେବେନ୍ଦ୍ର। ସିସିଟିଭି ମଧ୍ୟ ଭାଙ୍ଗି ଦେଇଛନ୍ତି ଦୁର୍ବୃତ୍ତ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସେପଟେ ଏନେଇ ଧାରଣା ଦେଇଛନ୍ତି ବ୍ୟବସାୟୀ ସଂଘ। 

କୋଟିଏ ଟଙ୍କାର ମୋବାଇଲ୍, ଦେଢ ଲକ୍ଷ ଟଙ୍କା ଲୁଟ
ଅସ୍ତରଙ୍ଗ ବଜାରରେ ମୋବାଇଲ ଦୋକାନରୁ ଲୁଟ
ସଟର କାଟି ଲୁଟିନେଲେ ଦୁର୍ବୃତ୍ତ
ଦାମୀ ମୋବାଇଲ, ମୋବାଇଲ ଆସେସୋରିଜ ଚୋରି
ସିସିଟିଭି ଭାଙ୍ଗି ଦେଇଛନ୍ତି ଦୁର୍ବୃତ୍ତ
ଘଟଣାସ୍ଥଳରେ ପୋଲିସର ତଦନ୍ତ
ଚୋରି ଘଟଣାରେ ବ୍ୟବସାୟୀ ସଙ୍ଘର ଧାରଣା

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।