1008 village: ଉତ୍ତର ବାଲେଶ୍ୱରରେ ବିପର୍ଯ୍ୟୟ ମୁକାବିଲା ଏମିତି... ୧୦୦୮ ଗାଁ ପାଇଁ ମାତ୍ର ୫୪ ଆଶ୍ରୟସ୍ଥଳ

Sep 08, 2026 - 06:16
1008 village: ଉତ୍ତର ବାଲେଶ୍ୱରରେ ବିପର୍ଯ୍ୟୟ ମୁକାବିଲା ଏମିତି... ୧୦୦୮ ଗାଁ ପାଇଁ ମାତ୍ର ୫୪ ଆଶ୍ରୟସ୍ଥଳ

"ଜଳେଶ୍ୱର: ସାମୁଦ୍ରିକ ଜୁଆର, ବାତ୍ୟା ସହ ସୁବର୍ଣ୍ଣରେଖା ଓ ଜଳକା ନଦୀର ବନ୍ୟା ଯୋଗୁଁ ବାଲେଶ୍ୱର ଜିଲ୍ଲାର ଜଳେଶ୍ୱର, ଭୋଗରାଇ, ବାଲିଆପାଳ ଓ ବସ୍ତା ବ୍ଲକ୍‌ ପ୍ରତିବର୍ଷ କ୍ଷତିଗ୍ରସ୍ତ ହେଉଛି।

ଏଭଳି ବିପର୍ଯ୍ୟୟ ସମୟରେ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳ (ଏମ୍‌ସିଏସ୍‌) ଓ ବହୁମୁଖୀ ବନ୍ୟା ଆଶ୍ରୟସ୍ଥଳ (ଏମ୍‌ଏଫ୍‌ଏସ୍‌)ର ଭୂମିକା ଗୁରୁତ୍ୱପୂର୍ଣ୍ଣ।

ତେବେ ସଂପୃକ୍ତ ୪ ବ୍ଲକ୍‌ର ୧୦୦୮ଟି ଗାଁ ପାଇଁ ରହିଛି ମାତ୍ର ୫୪ଟି ଆଶ୍ରୟସ୍ଥଳ।

୨୦୧୧ ଜନଗଣନା ଅନୁସାରେ, ଜଳେଶ୍ୱର, ଭୋଗରାଇ, ବାଲିଆପାଳ ଓ ବସ୍ତା ବ୍ଲକ୍‌ରେ ୧୦୦୮ଟି ଗାଁ ରହିଛି।

ଭୋଗରାଇ ଓ ବାଲିଆପାଳର ପ୍ରାୟ ୩୦ କିମି ସମୁଦ୍ରତଟରେ ୨୩ଟି ଗାଁ ଅବସ୍ଥିତ।

ଜଳବାୟୁ ପରିବର୍ତ୍ତନ ପାଇଁ ଉପକୂଳବର୍ତ୍ତୀ ଗାଁଗୁଡ଼ିକର ପ୍ରତି ଅଧିକ ବିପଦ ରହୁଛି।

ସେହିପରି, ସୁବର୍ଣ୍ଣରେଖା ଓ ଜଳକା ନଦୀର ବନ୍ୟା ଯୋଗୁଁ ପ୍ରତିବର୍ଷ ୨୯୪ଟି ଗାଁ ସିଧାସଳଖ ପ୍ରଭାବିତ ହେଉଛି।

ଲଘୁଚାପ ସହ ଲଗାଣ ବର୍ଷା ହେଲେ ପ୍ରଭାବିତ ଗାଁ ସଂଖ୍ୟା ପ୍ରାୟ ଦୁଇଗୁଣକୁ ବଢ଼ିଯାଉଛି।Advertisment Traffic: ଟ୍ରାଫିକ ନିୟମ ଉଲ୍ଲଂଘନ କଲେ ବିଯୁକ୍ତ ପଏଣ୍ଟ ମିଳିବ, ଭଲ ଆଚରଣ ପାଇଁ ରିୱାର୍ଡ ବାଲିଆପାଳରେ ସର୍ବାଧିକ ୨୯ଟି, ଭୋଗରାଇରେ ୧୮ଟି, ବସ୍ତାରେ ୪ଟି ଏବଂ ଜଳେଶ୍ୱରରେ ମାତ୍ର ୩ଟି ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳୀ ଅଛି।

ଏହି ସ୍ୱଳ୍ପ ସଂଖ୍ୟକ ଆଶ୍ରୟସ୍ଥଳ ଯୋଗୁଁ ବିପର୍ଯ୍ୟୟ ସମୟରେ ସରକାରଙ୍କୁ ବିଭିନ୍ନ ସ୍କୁଲ୍‌ ଓ ଅନ୍ୟ ଶିକ୍ଷାନୁଷ୍ଠାନକୁ ଅସ୍ଥାୟୀ ଆଶ୍ରୟକେନ୍ଦ୍ର ଭାବେ ବ୍ୟବହାର କରିବାକୁ ପଡ଼ୁଛି।

ଫଳରେ ପାଠପଢ଼ା ବ୍ୟାହତ ହେବା ସହ ପରିମଳ ବ୍ୟବସ୍ଥା ମଧ୍ୟ ପ୍ରଭାବିତ ହେଉଛି।

ଏହାଠାରୁ ଆହୁରି ଚିନ୍ତାଜନକ ବିଷୟ ହେଉଛି, ଅଧିକାଂଶ ଆଶ୍ରୟସ୍ଥଳ ଅବସ୍ଥା ଦୟନୀୟ।

ଗ୍ରାମସ୍ତରୀୟ ପରିଚାଳନା କମିଟି ଦାୟିତ୍ୱରେ ଥିଲେ ମଧ୍ୟ ହାତଗଣତି କିଛିକୁ ଛାଡ଼ି ଅନ୍ୟଗୁଡ଼ିକ ବ୍ୟବହାର ଉପଯୋଗୀ ନୁହେଁ।

ବାଲିଆପାଳ ବ୍ଲକ୍‌ର ଅସ୍ତି ପଞ୍ଚାୟତର ବଢ଼ାପାଳ ଆଶ୍ରୟସ୍ଥଳରେ ଗୋରୁଗାଈ ବନ୍ଧାଯାଉଥିବାରୁ ତାହା ଗୁହାଳର ରୂପ ନେଇଛି।

ଅନେକ ଆଶ୍ରୟସ୍ଥଳରେ ବିଶୁଦ୍ଧ ପାନୀୟଜଳ, ଶୌଚାଳୟ, ପ୍ରାଥମିକ ଚିକିତ୍ସା ସାମଗ୍ରୀ ଓ ସୁରକ୍ଷା ଉପକରଣର ଅଭାବ ରହିଛି।

ଏଭଳି ପରିସ୍ଥିତିରେ ବିପଦ ବେଳେ ଲୋକେ ଆଶ୍ରୟସ୍ଥଳକୁ ଯିବା ପରିବର୍ତ୍ତେ ଘରେ ରହିବାକୁ ପସନ୍ଦ କରୁଛନ୍ତି।

ତେଣୁ ସମସ୍ତ ବାତ୍ୟା ଓ ବନ୍ୟାପ୍ରବଣ ଗାଁରେ ନୂଆ ଆଶ୍ରୟସ୍ଥଳ ନିର୍ମାଣ ସହ ବର୍ତ୍ତମାନର ଆଶ୍ରୟସ୍ଥଳଗୁଡ଼ିକୁ ତୁରନ୍ତ ବ୍ୟବହାରଯୋଗ୍ୟ କରିବାକୁ ଦାବି ହେଉଛି।

Horoscope 2026 September 08: ଜାଣନ୍ତୁ ଆଜିର ରାଶିଫଳ..."

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।