crop insurance irregularity ଜମି ଜଣକ ନାମରେ, କୃଷିବୀମା ଅନ୍ୟନାମରେ, ଥାନାରେ ଏତଲା

Sep 08, 2026 - 21:28
crop insurance irregularity ଜମି ଜଣକ ନାମରେ, କୃଷିବୀମା ଅନ୍ୟନାମରେ, ଥାନାରେ ଏତଲା

"ଖପ୍ରାଖୋଲ (ନରେନ୍ଦ୍ର ଭୋଇ):  ଚାଷୀଙ୍କର ବିନା ଅନୁମତି ବିନା ଜ୍ଞାତସାରରେ ସେମାନଙ୍କ ଚାଷ ଜମିକୁ ଅନ୍ୟ ବ୍ୟକ୍ତିଙ୍କ ନାମରେ କୃଷିବୀମା କରିଥିବା  ନେଇ ସ୍ଥାନୀୟ ଥାନାରେ ଲିଖିତ ଅଭିଯୋଗ କରାଯାଇଛି।Advertisment ମିଳିଥିବା ସୂଚନା ଅନୁଯାୟୀ, ଖପ୍ରାଖୋଲ ଥାନା ଅନ୍ତର୍ଗତ ମାଟିଆଭଟା ପଞ୍ଚାୟତର ସାଲେପାଲି ଗ୍ରାମର ଚାଷୀ ଠଣ ସୁନ୍ଦର ବାରିହାଙ୍କ ବିନା କୌଣସି  ସମ୍ମତିରେ ସେମାନଙ୍କ ୫୧ ଏକର ଚାଷଜମିକୁ ଫସଲ ବୀମା କଛି ଲୋକଙ୍କ ନାମରେ ହୋଇ ଥିବା ଜାଣିବାକୁ ପାଇ ଖପ୍ରାଖୋଲ ଥାନାରେ ଏକ ଅଭିଯୋଗ କରିଥିଲେ।

ଏହି ବେଆଇନ କାର୍ଯ୍ୟ ପଛରେ କିଛି ସ୍ଥାନୀୟ ବ୍ୟକ୍ତିଙ୍କ ହାତ ଥିବା ସନ୍ଦେହ କରାଯାଉଛି।

Pradhan Mantri Fasal Bima Yojana: ବାଲେଶ୍ବରରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ପ୍ରହସନ: ୩ ବର୍ଷରେ ନେଲେ ୧୦୧କୋଟି, ଦେଲେ ୧୯କୋଟି ଚାଷୀଙ୍କ ଅଭିଯୋଗ ଅନୁଯାୟୀ, ଚାଷୀ ଠଣ ସୁନ୍ଦର ବାରିହା ଓ ତାଙ୍କ ଭାଇମାନେ ଯେତେବେଳେ କୃଷିବୀମା କରିବାକୁ ଯାଇଥିଲେ, ସେତେବେଳେ ସେମାନେ ଜାଣିବାକୁ ପାଇଥିଲେ ଯେ ସେମାନଙ୍କ ଜମିର କୃଷୀବୀମା ପୂତୁଲାମହୁଲର ଭୂମିସୂତା ସାହୁ, ଭାନପୂର ର ବିକାଶ ସାହୁ , ପୂତୁଲାମହୁଲର ଶତ୍ରୁଘ୍ନ ସାହୁ, ଭାନପୁର ଗ୍ରାମର ଲୀଳାବତୀ ପାଣ୍ଡେ, ପୂତୁଲାମହୁଲ ଗ୍ରମର ବିଜୟ ଲକ୍ଷ୍ମୀ ସାହୁ, ପୂତୁଲାମହୁଳ ଗ୍ରାମର ଶାନ୍ତି ସାହୁ ଓ ସୁରେନ୍ଦ୍ର ସାହୁଙ୍କ ନାମରେ ହୋଇଛି।

ଏନେଇ କିଛି ଚାଷୀ ଓ ସ୍ଥାନୀୟ ଲୋକ ଆଜି ସ୍ଥାନୀୟ ଥାନାର ଦ୍ୱାରସ୍ଥ ହୋଇଛନ୍ତି।

ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରି ଏତଲା ଦେଇଛନ୍ତି।

ସରିଲା ପ୍ରଧାନମନ୍ତ୍ରୀ ଫସଲ ବୀମା କ୍ଷୟକ୍ଷତି ଆକଳନ: କ୍ଷତିଗ୍ରସ୍ତ ଚାଷୀଙ୍କ ବ୍ୟାଙ୍କ ଖାତାକୁ ଗଲା ୨୧.୯୬ କୋଟି ପୁଲିସ ଏନେଇ କେବଳ ଅଭିଯୋଗ ରଖି ଥିବା ବେଳେ ଦୁଇ ଦିନ ହେବ ଚାଷୀ ମାନେ ଏ ନେଇ ଖପ୍ରାଖୋଲ ଥାନାକୁ ଦୌଡି ଦୌଡି ନୟାନ୍ତ ହୋଇ ଉଚ୍ଚ ପଦସ୍ଥ ଅଧିକାରୀଙ୍କୁ ନିକଟକୁ ଯିବାକୁ ବାଧ୍ୟ ହେବାର ସୂଚନା ମିଳିଛି ।

ଯଦି ଏନେଇ ପଦକ୍ଷେପ ନିଆନଯାଏ, ତେବେ ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ଚାଷୀ ସଂଗଠନ ପକ୍ଷରୁ ଚେତାବନୀ ଦିଆଯାଇଛି।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।