11 Days After Near-Death Battle: ୧୧ ଦିନ ପରେ ମୃତ୍ୟୁ ମୁହଁରୁ ଫେରିଲା ଜୀବନ, ମୃତ୍ୟୁକୁ ମାତ୍ ଦେଇ ଫେରିଲେ ୨ ଜଣ

Sep 05, 2026 - 16:48
11 Days After Near-Death Battle: ୧୧ ଦିନ ପରେ ମୃତ୍ୟୁ ମୁହଁରୁ ଫେରିଲା ଜୀବନ, ମୃତ୍ୟୁକୁ ମାତ୍ ଦେଇ ଫେରିଲେ ୨ ଜଣ

ଟନେଲ୍ ଭିତରୁ ଜୀବନ୍ତ ଉଦ୍ଧାର। ୨୨୫ ମିଟର ତଳେ ଥିଲେ ଚୀନ୍ ନାଗରିକ। ଭଙ୍ଗା ଘରୁ ୬୪ ବର୍ଷୀୟା ମହିଳା ଉଦ୍ଧାର। ବନ୍ୟା ପ୍ରଭାବିତ ନେପାଳରେ ଆଉ ୨ ଜଣ ଜୀବିତ ଉଦ୍ଧାର ହୋଇଛନ୍ତି। ଦିନ ଦିନ ଧରି ମାଟି ଆଉ ଭଗ୍ନାବଶେଷ ଭିତରେ ଚାଲିଥିବା ଜୀବନ ଖୋଜା ଅଭିଯାନରେ ଆଜି ଆଉ ଏକ ସଫଳତା ମିଳିଛି। ଟନେଲ୍ ଭିତରୁ ଜଣେ ଚୀନ୍ ନାଗରିକ ଜୀବିତ ଅବସ୍ଥାରେ ଉଦ୍ଧାର ହୋଇଥିବା ବେଳେ ଉଦ୍ଧାର ଗୋଟିଏ ଭଙ୍ଗା ଘରୁ ଜୀବନ୍ତ ବାହାରିଛନ୍ତି ୬୪ ବର୍ଷୀୟା ବୃଦ୍ଧା। ଯାହା ଉଦ୍ଧାରକାରୀ ଟିମକୁ ଆଶ୍ଚର୍ଯ୍ୟ କରିବା ସହ ମୃତ୍ୟୁର ଛାଇ ଭିତରେ ଦୁଇ ଉଦ୍ଧାର ଏବେ ଆଶାର ଆଲୋକ ଦେଖାଇଛନ୍ତି।

ଉଦ୍ଧାର ଚୀନ୍ ନାଗରିକ ତ୍ରିଶୂଳୀ-୩A ହାଇଡ୍ରୋ ପାୱାର ପ୍ରକଳ୍ପର ୨୨୫ ମିଟର ଲମ୍ବ ଟନେଲ ଭିତରେ ଫସି ରହିଥିଲେ। ନେପାଳ ସେନା ଓ ଉଦ୍ଧାରକାରୀ ଟିମର ଜଟିଳ ସର୍ଚ୍ଚ ଅପରେସନ୍ କରି ତାଙ୍କୁ ସୁରକ୍ଷିତ ଭାବରେ ବାହାରକୁ ଆଣିଛନ୍ତି। ହେଲିକପ୍ଟର ଯୋଗେ ତାଙ୍କୁ ନିଆଯାଇଛି ଡାକ୍ତରଖାନା। କାଦୁଅରେ ରହିଥିଲେ ବି ତାଙ୍କର ସାହସ ଆଉ ଜୀବିତ ରହିବାର ଇଚ୍ଛା ଶକ୍ତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।...

ସେହିପରି ଅନ୍ୟ ଏକ ରେସକ୍ୟୁ ଅପରେସନରେ ନୂଆକୋଟ ସହରର ଗୋଟିଏ ଭଙ୍ଗା ଘର ତଳୁ ୬୪ ବର୍ଷୀୟା ବୃଦ୍ଧାଙ୍କୁ ଜୀବିତ ଅବସ୍ଥାରେ ଉଦ୍ଧାର କରାଯାଇଛି। କମ୍ବଳରେ ଗୋଡ଼ାଇ ତାଙ୍କୁ ସେନା କର୍ମଚାରୀମାନେ ବାହାରକୁ ଆଣିବା ସହ ଚିକିତ୍ସା ପାଇଁ କାଠମାଣ୍ଡୁ ଏୟାରଲିଫ୍ଟ କରିଛନ୍ତି। ଅଗଷ୍ଟ ୨୬ର ଏହି ପ୍ରଳୟଙ୍କରୀ ବନ୍ୟାରେ ଏଯାଏଁ ୧୩୦୦ରୁ ଅଧିକ ଲୋକଙ୍କ ଜୀବନ ଗଲାଣି। ୫ ହଜାରରୁ ଅଧିକ ଲୋକଙ୍କର ଏବେ ବି ପତ୍ତା ମିଳୁନି। ଏସବୁ ଭିତରେ ଧ୍ୱଂସସ୍ତୁପ ତଳୁ ଯେତେବେଳେ ଗୋଟିଏ ଜୀବନ ମିଳୁଛି, ସେତେବେଳେ ନେପାଳର ଏହି ଅନ୍ଧାର ଭିତରେ ଜନ୍ମ ନେଉଛି ଆଶାର ଆଉ ଗୋଟିଏ କିରଣ। ... 

ନେପାଳରେ ରେସକ୍ୟୁ ମିଶନରେ ପୁଣି ଚମତ୍କାର
ଟନେଲ ଭିତରୁ ଉଦ୍ଧାର ହେଲେ ଚୀନ୍ ନାଗରିକ
ଭଙ୍ଗା ଘର ଭିତରୁ ୬୪ ବର୍ଷୀୟ ବୃଦ୍ଧା ଉଦ୍ଧାର
୧୧ ଦିନ ହେବ ମାଟି କାଦୁଅ ଭିତରେ ଫସିଥିଲେ
ମୃତ୍ୟୁକୁ ମାତ୍ ଦେଇ ଫେରିଲେ ୨ ଜଣ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।