12 Detained After Deadly Stampede: ଦୁର୍ଗାପୂଜା ମଣ୍ଡପ ଦଳାଚକଟା ଘଟଣାରେ ବଡ଼ ଆକ୍ସନ; ୧୨ ଜଣଙ୍କୁ ଅଟକ ରଖି ପଚରାଉଚରା

Oct 18, 2026 - 09:06
12 Detained After Deadly Stampede: ଦୁର୍ଗାପୂଜା ମଣ୍ଡପ ଦଳାଚକଟା ଘଟଣାରେ ବଡ଼ ଆକ୍ସନ; ୧୨ ଜଣଙ୍କୁ ଅଟକ ରଖି ପଚରାଉଚରା

କୋଲକାତା ଚୋରବାଗାନ ଦୁର୍ଗା ପୂଜାମଣ୍ଡପ ଦଳାଚକଟା ଘଟଣାରେ ୧୨ ଅଟକ। ୧୦ ଜଣ ପୂଜା ଆୟୋଜକ ଓ ଭଲ୍ୟୁଣ୍ଟରଙ୍କ ସମେତ ୧୨ ଜଣ ଅଟକ ରହିଛନ୍ତି। ୧୨ ଜଣଙ୍କୁ ଅଟକ ରଖି କୋଲକାତା ପୋଲିସ ପଚରାଉଚରା କରୁଛି। ଚୋରବାଗାନ ସାର୍ବଜନୀନ ଦୁର୍ଗାତ୍ସୋବ ସମିତିର ସମସ୍ତ ପଦାଧିକାରୀ ଇସ୍ତଫା ଦେଇଛନ୍ତି। 

ମହାସଚିବଙ୍କ ସମେତ କାର୍ଯ୍ୟକାରିଣୀର ସମସ୍ତ ପଦାଧିକାରୀଙ୍କ ଇସ୍ତଫା ଦେଇଥିବା ଜଣାପଡ଼ିଛି। ସେପଟେ ଘଟଣାରେ ବର୍ତ୍ତମାନ ସୁଦ୍ଧା ୧୯ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ମୃତକଙ୍କ ମଧ୍ୟରେ ୧୩ ଜଣ ମହିଳା ଓ ଜଣେ ଶିଶୁ ରହିଛନ୍ତି।  ଦଳାଚକଟାରେ ୪୦ରୁ ଊର୍ଦ୍ଧ୍ବ ଶ୍ରଦ୍ଧାଳୁ ଆହତ ହୋଇଛନ୍ତି। 

ସପ୍ତମୀ ସନ୍ଧ୍ୟାରେ ପ୍ରବଳ ଭିଡ଼ ଯୋଗୁଁ ଅଘଟଣ ଘଟିଥିଲା। ଆହତ ଶ୍ରଦ୍ଧାଳୁମାନଙ୍କୁ କୋଲକାତାର ବିଭିନ୍ନ ମେଡିକାଲରେ ଭର୍ତ୍ତି କରାଯାଇଛି। ଅଘଟଣ ପରେ ଘଟଣାସ୍ଥଳରେ ତୁରନ୍ତ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ। ମାମଲାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।