120-Hour Sewing Marathon: ୧୨୦ ଘଣ୍ଟାର ସିଲାଇ ମାରାଥନ୍
"ନିଜର ପ୍ରତିଭା, ଧୈର୍ଯ୍ୟ ଓ ମାନବସେବାର ଅନନ୍ୟ ଉଦାହରଣ ସୃଷ୍ଟି କରିଛନ୍ତି ନାଇଜେରିଆର କାନୋ ସହରର ଦରଜୀ ଅବ୍ଦୁଲ୍କାଦିର ହସନ୍।
ସେ ନିରବଚ୍ଛିନ୍ନ ଭାବେ ୧୨୦ ଘଣ୍ଟା ବା ୫ ଦିନ ସିଲାଇ କାମ କରି ସବୁଠାରୁ ଦୀର୍ଘ ସିଲାଇ ମାରାଥନ୍ର ବିଶ୍ବ ରେକର୍ଡ ନିଜ ନାମରେ କରିବାକୁ ପ୍ରୟାସ କରିଛନ୍ତି।
ସୋସିଆଲ୍ ମିଡିଆରେ ଏହି ସଫଳତାର ଭିଡିଓ ଭାଇରାଲ ହେବା ପରେ ବିଶ୍ୱବ୍ୟାପୀ ଫ୍ୟାସନ୍ ଓ ଦରଜୀ ସମ୍ପ୍ରଦାୟର ଲୋକମାନେ ତାଙ୍କର ଏହି ନିଷ୍ଠା ଓ ଧୈର୍ଯ୍ୟକୁ ପ୍ରଶଂସା କରିଛନ୍ତି।Advertisment Election: ୨୬ରୁ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ଘରକୁ ଘର ସର୍ଭେ; ଜାନୁଆରି ୧ରେ ଚିଠା ହସନ୍ ଏହି ୧୨୦ ଘଣ୍ଟାର ଅସାଧାରଣ ପ୍ରୟାସକୁ ସମାଜସେବା ପାଇଁ ଉତ୍ସର୍ଗ କରିଥିଲେ।
ସେ ଏହି ସମୟ ମଧ୍ୟରେ, ସ୍କୁଲ୍ ୟୁନିଫର୍ମ କିଣିବାକୁ ଅସମର୍ଥ ଗରିବ ପିଲାଙ୍କ ପାଇଁ ପୋଷାକ ସିଲାଇ କରିଛନ୍ତି।
ତେବେ ଗିନିସ୍ ୱାର୍ଲଡ୍ ରେକର୍ଡସ୍ କର୍ତ୍ତୃପକ୍ଷଙ୍କ ଦ୍ୱାରା ପ୍ରମାଣର ଯାଞ୍ଚ ପରେ ହିଁ ଏହି ରେକର୍ଡକୁ ଆନୁଷ୍ଠାନିକ ସ୍ୱୀକୃତି ପ୍ରଦାନ କରାଯିବ।
ଏହା ପୂର୍ବରୁ ୨୦୨୫ ମସିହା ଜାନୁଆରିରେ ନାଇଜେରିଆର ଫ୍ୟାସନ୍ ଡିଜାଇନର୍ ଓଲୁଵାସିଉନ୍ କୁଫୋରିଜି ୧୦୬ ଘଣ୍ଟା ୫୫ ମିନିଟ୍ ୨୦ ସେକେଣ୍ଡ୍ ସିଲାଇ କରି ଦୀର୍ଘତମ ସିଲାଇ ମାରାଥନ୍ର ବିଶ୍ବ ରେକର୍ଡ ସ୍ଥାପନ କରିଥିଲେ।
Delhi Internet Shutdown: ଇଣ୍ଟର୍ନେଟ୍ ବନ୍ଦ ଘଟଣାରେ ନିଃସର୍ତ୍ତ କ୍ଷମା ପ୍ରାର୍ଥନାକୁ ନେଇ ସରକାରଙ୍କ ସ୍ପଷ୍ଟୀକରଣ"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।