Shardiya Navratri: ନବରାତ୍ରୀର ୬ଷ୍ଠ ଦିବସ: ମା'ଙ୍କର କାତ୍ୟାୟନୀ ବେଶ

Oct 16, 2026 - 06:10
Shardiya Navratri: ନବରାତ୍ରୀର ୬ଷ୍ଠ ଦିବସ: ମା'ଙ୍କର କାତ୍ୟାୟନୀ ବେଶ

"ଓଡ଼ିଶା ସମେତ ସାରାଦେଶରେ ଆରମ୍ଭ ହୋଇଛି ନବରାତ୍ର ବା ନବଦିନାତ୍ମକ ଶକ୍ତି ପୂଜା।

ନବରାତ୍ରର ନଦଦିନରେ ମା"ଙ୍କର ନଅଟି ସ୍ୱରୂପର ଆରାଧନା କରାଯାଏ।

ଷଷ୍ଠ ଦିନରେ ଭଗବତୀ ଆଦ୍ୟାଶକ୍ତିଙ୍କୁ ଆବାହନ କରାଯାଏ ମା" କାତ୍ୟାୟନୀ ରୂପରେ।

ଧାର୍ମିକ ମାନ୍ୟତା ଅନୁସାରେ, ମା" କାତ୍ୟାୟନୀ ଶକ୍ତି, ସାହସ ଓ ଧର୍ମର ପ୍ରତୀକ।

ତାଙ୍କର ଆରାଧନା କଲେ ଭକ୍ତଙ୍କ ଜୀବନରୁ ଭୟ ଓ ନକାରାତ୍ମକତା ଦୂର ହୁଏ ବୋଲି ବିଶ୍ୱାସ ରହିଛି।Advertisment ଦୁର୍ଗାଙ୍କ ଷଷ୍ଠ ରୂପ କାତ୍ୟାୟନୀ ଦେବୀ।

ନବଦୁର୍ଗାରେ ତାଙ୍କର ସ୍ଥାନ ଅତ୍ୟନ୍ତ ମହତ୍ବପୂର୍ଣ୍ଣ।

ଋଷି କାତ୍ୟାୟନଙ୍କ ତପସ୍ୟାରୁ ତାଙ୍କର ଉଦ୍ଭବ ହୋଇଥିବାରୁ ସେ "କାତ୍ୟାୟନୀ" ନାମରେ ପରିଚିତ।

ସିହାଙ୍କୁ ସିଂହବାହିନୀ ଓ ଚତୁର୍ଭୁଜା ଦେବୀଭାବେ ପୂଜା କରାଯାଏ।

ବିବାହ ସମସ୍ୟାର ସମାଧାନ ହିନ୍ଦୁ ପୁରାଣ ଅନୁସାରେ, ମା କାତ୍ୟାୟନୀଙ୍କ ପୂଜାରୁ କୁମାରୀ କନ୍ୟାମାନଙ୍କ ବିବାହ ସମସ୍ୟାର ସମାଧାନ ହୁଏ ବୋଲି ବିଶ୍ୱାସ।

ଭାଗବତ ପୁରାଣରେ ବର୍ଣ୍ଣିତ ଅଛି ଯେ ବୃନ୍ଦାବନର ଗୋପୀମାନେ ଶ୍ରୀକୃଷ୍ଣଙ୍କୁ ସ୍ୱାମୀରୂପେ ପାଇବା ପାଇଁ କାତ୍ୟାୟନୀ ବ୍ରତ କରିଥିଲେ।

ମା" କାତ୍ୟାୟନୀ ଶକ୍ତି, ସାହସ ଓ ନ୍ୟାୟର ପ୍ରତୀକ।

ସେ ଭକ୍ତଙ୍କୁ ଧର୍ମ, ଅର୍ଥ, କାମ ଓ ମୋକ୍ଷର ମାର୍ଗରେ ଅଗ୍ରସର କରନ୍ତି।

ନବଦୂର୍ଗାର ୬ଷ୍ଠ ଦିନରେ ତାଙ୍କ ପୂଜା ବିଶେଷ ରୂପେ କରାଯାଏ।

ମା" କାତ୍ୟାୟନୀଙ୍କ ଉପାସନା ମାନବଜୀବନରେ ଆତ୍ମବଳ, ଶୁଭତା ଓ ସମୃଦ୍ଧି ଆଣିଥାଏ।

Shardiya Navratri: ନବରାତ୍ରୀର ୫ମ ଦିବସ: ମାତା ସ୍କନ୍ଦମାତା ମା" କାତ୍ୟାୟନୀଙ୍କ ମନ୍ତ୍ର “ଓଁ ଦେବୀ କାତ୍ୟାୟନ୍ୟୈ ନମଃ।”ଧ୍ୟାନ-ଚଂଦ୍ରହାସୋଜ୍ଜ୍ଵଲକରାଶାର୍ଦୂଲବରବାହନା।କାତ୍ୟାୟନୀ ଶୁଭଂ ଦଦ୍ୟାଦେବୀ ଦାନବଘାତିନୀ ॥"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।